ରାହୁଲଙ୍କ ରାଫେଲ୍ ହମ୍‌ଲା ; କହିଲେ ରାଫେଲ୍ ଡିଲ୍‌ରେ ମୋଦି ସିଧାସଳଖ ସଂପୃକ୍ତ

Published By : Prameya-News7 Bureau | February 08, 2019 IST

ନୂଆଦିଲ୍ଲୀ ୮|୨:  ରାଫେଲ ଡିଲ୍ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂଗୀନ ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମାନ୍ତରାଳ ବୁଝାମଣା କରିଥିଲା ବୋଲି ରାହୁଲ କହିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ଆଧାର କରି ରାହୁଲ ଏପରି ଅଭିଯୋଗ ଆଣିଛନ୍ତି । ରାଫେଲ ଚୁକ୍ତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧାସଳଖ ସଂପୃକ୍ତି ଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ତେବେ ପୂର୍ବତନ ପ୍ରତିରକ୍ଷା ସଚିବ ପ୍ରତିକ୍ରିୟା ଦେଇ କହିଛନ୍ତି, ରିପୋର୍ଟରେ ଦର୍ଶାଯାଇଥିବା ଡିସେଣ୍ଟ ନୋଟ୍ ସହ ରାଫେଲ କିଣା ଦାମ୍ ର କୌଣସି ସଂପର୍କ ନାହିଁ । ମୋଦି ଏୟାର ଫୋର୍ସର ୩୦ହଜାର କୋଟି ଟଙ୍କା ଅନିଲ ଅମ୍ବାନୀଙ୍କ ହାତରେ ଟେକି ଦେଇଥିବା ରାହୁଲ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି । ଏହାସହ ରାଫେଲ ଚୁକ୍ତିର ଜେପିସି ତଦନ୍ତ ଦାବିକୁ ମଧ୍ୟ ଦୋହରାଇଛନ୍ତି । ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ରାଫେଲ ପ୍ରସଙ୍ଗରେ ରାହୁଲ ଏବଂ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଅଭିଯୋଗକୁ ଖଣ୍ଡନ କରିବା ସହ ଦେଶର ସେନାକୁ କଂଗ୍ରେସ ଶକ୍ତିଶାଳୀ କରିବାକୁ ଚାହୁଁନଥିବା ଭଳି ଅଭିଯୋଗ କରିଥିଲେ । ତେବେ ରାଫେଲ ଡିଲ୍ ନେଇ ମୋଦିଙ୍କ ଠାରୁ ଉତ୍ତର ମାଗିଛନ୍ତି ରାହୁଲ ।

ରାହୁଲଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ରାଫେଲ ଡିଲ୍ ନେଇ ସରକାର ସମସ୍ତ ଜବାବ ରଖି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.