ରାଜସ୍ଥାନକୁ ପ୍ଲେ-ଅଫରେ ପହଁଚାଇଲେ ଅଶ୍ୱୀନ, ଭାଇରାଲ ହେଉଛି ପତ୍ନୀଙ୍କ ରିଆକ୍ସନ

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ ୨୧/୦୫: ଆଇପିଏଲ ୨୦୨୨ରେ ଶନିବାର ରାଜସ୍ଥାନ ଜବରଦସ୍ତ ବିଜୟ ହାସଲ କରିଛି । ଦଳ ଚେନ୍ନାଇ ସୁପର କିଙ୍ଗସକୁ ୫ ଓ୍ୱିକେଟରେ ମାତ୍ ଦେଇଛି । ରାଜସ୍ଥାନ ବିଜୟର ହିରୋ ଥିଲେ ଆର ଅଶ୍ୱୀନ । ଦଳକୁ ସଙ୍କଟରୁ ଉଦ୍ଧାର କରି ସେ ପ୍ଲେ ଅଫରେ ପହଁଚାଇଥିଲେ ।

ମ୍ୟାଚରେ ଅଶ୍ୱୀନ ଉଭୟ ବୋଲିଂ ଓ ବ୍ୟାଟିଂରେ କମାଲ ଦେଖାଇଥିଲେ । ଏତିପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ବି ମିଳିଥିଲା । ମ୍ୟାଚ୍ ଜିତିବା ପରେ ଏବେ ଅଶ୍ୱୀନଙ୍କ ପତ୍ନୀଙ୍କ ରିଆକ୍ସନ ଭାଇରାଲ ହୋଇଛି ।

୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନକୁ ଶେଷ ଓଭରରେ ୭ ରନ୍ ଦରକାର ଥିଲା । ସେତେବେଳେ ଅଶ୍ୱୀନ ଏକ ଚୌକା ଲଗାଇଥିଲେ ଓ ଗୋଟିଏ ସିଙ୍ଗଲ ରନ୍ ନେଇଥିଲେ । ଏହାପରେ ରିଆନ ପରାଗ ସିଙ୍ଗଲ ରନ୍ ରେଇଥିଲେ  । ଶେଷରେ ମାଥିଶା ପଥିରାନା ଓ୍ୱାଇଡ୍ ପକାଇବାରୁ ରାଜସ୍ଥାନ ମ୍ୟାଚ୍ ଜିତି ନେଇଥିଲା ।

wp:html /wp:html

ଏହି ସମୟରେ ଗ୍ୟାଲେରୀରେ ବସି ମ୍ୟାଚ୍ ଦେଖୁଥିଲେ ଅଶ୍ୱୀନଙ୍କ ପତ୍ନୀ ପ୍ରୀତି ନାରାୟଣ । ତାଙ୍କର ଦୁଇ ସନ୍ତାନ ମଧ୍ୟ ଉପସ୍ଥିତ ଥିଲେ । ମ୍ୟାଚ୍ ଜିତିବା ପରେ ସେ ଚେୟାରରୁ ଉଠି ତାଳି ମାରିଥିଲେ । ଅଶ୍ୱୀନ ମଧ୍ୟ ଦମଦାର ଷ୍ଟାଇଲରେ ଖୁସି ମନାଇଥିଲେ । ତେବେ ତାଙ୍କ ପତ୍ନୀଙ୍କ ରିଆକ୍ସନ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.