ଫେବୃୟାରୀରୁ ଖୋଲିପାରେ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ମତ ରଖିଲେ ସେବାୟତ ନିଯୋଗ

Published By : Prameya-News7 Bureau | January 28, 2022 IST

ପୁରୀ ୨୮/୦୧: କେବେ ଖୋଲିବ ପୁରୀ ଶ୍ରୀମନ୍ଦିର । ସେନେଇ ଆଜି ଛତିଶା ନିଯୋଗ ଓ ପରିଚାଳନା କମିଟି ସଦସ୍ୟଙ୍କ ସହ ମୁଖ୍ୟ ପ୍ରଶାସକ କ୍ରୀଷ୍ଣନ କୁମାର ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । କୋଭିଡ ସଂକ୍ରମଣ ଯୋଗୁଁ ଜାନୁୟାରୀ ୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିଲା । ତେବେ ଫେବୃୟାରୀ ଆରମ୍ଭରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ଦିଆଯାଉ ବୋଲି ସେବାୟତ ନିଯୋଗ ନିଜର ମତ ରଖିଛନ୍ତି ।

ଶ୍ରୀମନ୍ଦିର ବନ୍ଦ ଥିବା ଯୋଗୁଁ ପୁରୀକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ କମିଥିବା ବେଳେ ଅନେକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନପାଇ ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ତେଣୁ ପୂର୍ବ ଭଳି କୋଭିଡ ନିୟମ ମାନି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯାଉ ବୋଲି ଭକ୍ତ ମାନେ ଅନୁରୋଧ କରିଛନ୍ତି । 

ସେହିପରି ଶ୍ରୀମନ୍ଦିର ବନ୍ଦ ରହିବା ଯୋଗୁଁ ପୁରୀର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିଛି । ସେବାୟତଙ୍କ ଠାରୁ ହୋଟେଲିୟର୍ସ, କ୍ଷୁଦ୍ର ବ୍ୟବସାୟୀ ଠାରୁ ବଡ ବ୍ୟବସାୟୀ ସମସ୍ତେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଘୋର ପ୍ରଭାବିତ ହେଉଛନ୍ତି । ତେଣୁ ଫେବୃୟାରୀ ପହିଲାରୁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ଛଡାଯାଉ ବୋଲି ବୈଠକରେ ପ୍ରସ୍ତାବ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.