ସଜେଇ ହେଲାଣି ଜୋଧପୁର ଉମେଦ ଭବନ ପ୍ୟାଲେସ ; ହେଲିକପ୍ଟରରେ ଏଣ୍ଟ୍ରି ମାରିବେ ପ୍ରିୟଙ୍କା ଏବଂ ନିକ୍ !

Published By : Prameya-News7 Bureau | November 25, 2018 IST

ମୁମ୍ବାଇ ୨୫।୧୧ : ବଲିଉଡ୍ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକା ସିଙ୍ଗର ନିକ୍ ଜୋନ୍ସ ଡିସେମ୍ବର ୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହର ପ୍ରସ୍ତୁତି ମଧ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ଗୋଟିଏ ପଟେ ପ୍ରିୟଙ୍କା ଏବଂ ନିକ୍ ତାଙ୍କ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ପରିବାର ଲୋକେ ତାଙ୍କ ପ୍ରସ୍ତୁତିରେ ଲାଗିଛନ୍ତି । ସେହିପରି ଜୋଧପୁର ଉମ୍ମେଦ ଭବନରେ ମଧ୍ୟ ଭବ୍ୟ ପ୍ରସ୍ତୁତି କରାଯାଉଛି । ଜୋଧପୁର ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାରେ ଲାଗିଛନ୍ତି ।

ପ୍ରିୟଙ୍କା ଏବଂ ନିକ୍ ଜୋନ୍ସଙ୍କ ବିବାହ ଦେଶର ସବୁଠାରୁ ହାଇ ପ୍ରୋଫାଇଲ୍ ଏବଂ ଆଲିସାନ ହେବ ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଲା ପ୍ରିୟଙ୍କା ଏବଂ ନିକ୍ ବିବାହସ୍ଥଳକୁ ହେଲିକପ୍ଟରରେ ଏଣ୍ଟ୍ରି କରିବେ । ବାହାଘର ଦିନ ପ୍ରିୟଙ୍କା ଉଦୟପୁର ଯିବେ । ସେଠାରୁ ସେ ହେଲିକାପ୍ଟରରେ ଜୋଧପୁର ଉମେଦ ଭବନରେ ଲ୍ୟାଣ୍ଡ କରିବେ । ସେହିପରି ବିବାହ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିମାନେ ମଧ୍ୟ ହେଲିକପ୍ଟରରେ ଆସିବେ । ସେଥିପାଇଁ ପ୍ୟାଲେସରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ଅତିଥିମାନେ ଜୋଧପୁର ବିମାନବନ୍ଦରରେ ପହଁଚିବା ପରେ ହେଲିକପ୍ଟର ଯୋଗେ ଉମେଦ ଭବନ ପ୍ୟାଲେସରେ ପହଞ୍ଚିବେ । ବିବାହ ଉତ୍ସବରେ ପାଖାପାଖି ୨ଶହ ଅତିଥି ଯୋଗଦେବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବଲିଉଡ୍, ହଲିଉଡ୍ ଏବଂ ରାଜନୀତି ଜଣାଶୁଣା ଚେହେରା । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇପାରନ୍ତି । ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନ୍ସଙ୍କ ବିବାହରେ ବ୍ରିଟେନର ଶାହି ପରିବାରର ବୋହୂ ମେଗନ ମର୍କେଲ ମଧ୍ୟ ସାମିଲ ହୋଇପାରନ୍ତି । ମେଗନ ମର୍କେଲ ଆମେରିକାର ଟେଲିଭିଜନ ଅଭିନେତ୍ରୀ । ମେଗନ ଏବଂ ପ୍ରିୟଙ୍କା ଭଲ ବନ୍ଧୁ ମଧ୍ୟ । ସୂଚନା ଅନୁସାରେ ମେଗନ ପ୍ରିୟଙ୍କା ଏବଂ ନିକ୍ ଙ୍କ ବିବାହ ପାଇଁ ବେଶ୍ ଉତ୍ସାହୀ ମଧ୍ୟ ଅଛନ୍ତି । ଯଦିଓ ଜରୁରୀ କାମ ପାଇଁ ପ୍ରିନ୍ସ ହ୍ୟାରୀ ଏହି ବିବାହ ଉତ୍ସବରେ ସାମିଲ ହୋଇପାରିବେ ନାହିଁ । ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ବିବାହକୁ ନେଇ ଚର୍ଚ୍ଚା ଏବେ ସବୁଠି । ଦୀପବୀରଙ୍କ ଭଳି ପ୍ରିୟଙ୍କା ଓ ନିକ୍ ମଧ୍ୟ ଦୁଇଟି ରୀତୀନୀତିରେ ବିବାହ କରିବେ । ଡିସେମ୍ବର ୨ ତାରିଖରେ ହିନ୍ଦୁ ଏବଂ ୩ ତାରିଖରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ ହେବା ନେଇ ସୂଚନା ରହିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ଉତ୍ସବ ପାଇଁ ଆଉଟଫିଟ୍ ଅବୁ ଜାନି ଏବଂ ସନ୍ଦୀପ ଖୋସଲା ଡିଜାଇନ୍ କରିବେ । ସେହିପରି ଖ୍ରୀଷ୍ଟିଆନ ରୀତିନୀତି ବିବାହରେ ରାଲଫ ଲୋରେନଙ୍କ ଦ୍ଵାରା ପ୍ରସ୍ତୁତ ଆଉଟଫିଟ୍ ରେ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.