ଫ୍ରାନ୍ସ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଆତଙ୍କବାଦ ବିରୁଦ୍ଧ ଲଢେଇରେ ଭାରତ ପ୍ୟାରିସ୍ ସହିତ ରହିଛି

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ନିସ ସହରରେ ହୋଇଥିବା ଆତଙ୍କୀ ଆକ୍ରମଣ ସମେତ ନିକଟରେ ଘଟିଥିବା ହମଲାର କଡା ନିନ୍ଦା କରିଛନ୍ତି। ସେ କହିଛନ୍ତି ଆତଙ୍କବାଦ ବିରୋଧ ଲଢେଇରେ ଭାରତ ଫ୍ରାନ୍ସ ସହିତ ରହିଛି। ଫ୍ରାନ୍ସର ନିସ ସହରରେ ଗୁରୁବାର ଏକ ଚର୍ଚ୍ଚରେ ଘଟିଥିବା ଆତଙ୍କୀ ଆକ୍ରମଣରେ ମହିଳା ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣକାରୀ ଚାକୁରେ ଜଣେ ମହିଳାଙ୍କ ଗଳା କାଟି ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଛନ୍ତି ଏବଂ ଅନ୍ୟ ୨ ଜଣଙ୍କୁ ମଧ୍ୟ ନିର୍ମମଭାବେ ହତ୍ୟା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରିଛନ୍ତି ଯେ, ମୁଁ ଆଜି ନିସ୍‌ରେ ଚର୍ଚ୍ଚ ଭିତରେ ନୃଶଂସ ଆକ୍ରମଣ ସମେତ ଫ୍ରାନ୍ସରେ ନିକଟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ କଡା ଶବ୍ଦରେ ନିନ୍ଦା କରୁଛି। ପୀଡିତାଙ୍କ ପରିବାର ଲୋକ ଏବଂ ଫ୍ରାନ୍ସର ଲୋକଙ୍କ ସହିତ ମୋର ସମବେଦନା ରହିଛି।

wp:html /wp:html

କିଛି ଦିନ ପୂର୍ବେ ଜଣେ ଶିକ୍ଷକଙ୍କ ଗଳାକାଟି ହତ୍ୟା ପରେ ଫ୍ରାନ୍ସ ଇସଲାମୀ କଠୋରପନ୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରୁଛି। ଏହା ବିରୋଧରେ ମୁସଲିମ ଦେଶଗୁଡିକରେ ଫ୍ରାନ୍ସ ବିରୋଧରେ ଅସନ୍ତୋଷର ମାହୋଲ ରହିଛି। ଫ୍ରାନସିସ୍ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପରେ ଅନେକ ମୁସଲିମ ଦେଶ କଡା ଶବ୍ଦରେ ହମଲା କରୁଛନ୍ତି। ଏହି ମାମଲାରେ ଭାରତ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ସମର୍ଥନ କରି ସାରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମାକ୍ରୋନଙ୍କ ଉପରେ ହେଉଥିବା ଆକ୍ରମଣର ନିନ୍ଦା କରି କହିଛନ୍ତି ଆତଙ୍କ ବିରୋଧ ଲଢେଇରେ ଭାରତ ଫ୍ରାନ୍ସ ସହିତ ରହିଛି।

ନିସ୍‌ରେ ଚର୍ଚ୍ଚ ଭିତରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଗତ ୨ ମାସରେ ଫ୍ରାନ୍ସରେ ଏହା ତୃତୀୟ ଆତଙ୍କୀ ଆକ୍ରମଣ। ନୋଟ୍ରେଡ୍ରମ୍ ଚର୍ଚ୍ଚରେ ଆକ୍ରମଣ ଘଟାଇଥିବା ଆତଙ୍କବାଦୀ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି। ଚିକିତ୍ସା ପାଇଁ ଆକ୍ରମଣକାରୀକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.