ଆସିଲାନି ଆମ୍ବୁଲାନ୍ସ, ୪ କି.ମି. ଖଟିଆରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | July 02, 2019 IST

ନୂଆପଡା ୨|୭:  ପୁଣି ଜନନୀ ଯନ୍ତ୍ରଣା । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ରାଣିମୁଣ୍ଡା ପଞ୍ଚାୟତର ଅପହଞ୍ଚ ସମାଡ ପଦର ଗାଁରେ ୪ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା ।

{"id":129657}

ସମାଡ଼ପଦର ଗ୍ରାମର ମୁକେଶ ମାଝିଙ୍କ ସ୍ତ୍ରୀ ପ୍ରମିଳା ମାଝିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଜି ସକାଳୁ ଖଟିଆରେ ବୋହି ଗାଁରୁ ୪ କିମି ଦୂର ପାହାଡ଼ ତଳକୁ ବର୍ଷାରେ ଭିଜି ଭିଜି ଆଣିଥିଲେ । ପାହାଡ଼ ତଳକୁ ଆସିବା ପରେ ପ୍ରମିଳାଙ୍କ ଗର୍ଭ ଯନ୍ତ୍ରଣା ଅଧିକ ବଢିବାରେ ଲାଗିଲା । ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଖବର ଦିଆଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସି ନ ଥିଲା । ସମ୍ପର୍କୀୟଙ୍କ ସହାୟତାରେ ପାହାଡ ତଳେ ହିଁ ତାଙ୍କର ଏକ ଶିଶୁପୁତ୍ର ଜନ୍ମଲାଭ କରିଥିଲା । ଦୁଇ ଘଣ୍ଟା କାଳ ସେଠାରେ ହସ୍ପିଟାଲ ନେବାପାଇଁ ଅପେକ୍ଷା କରିଥିବା ବେଳେ ଆମ୍ବୁଲାନ୍ସ ଅସି ନଥିଲା । ପରେ ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ଅନୁମାନ କରି ପୁଣିଥରେ ନବଜାତ ଶିଶୁ ସହ ମାକୁ ଖଡିଆରେ ୪ କି.ମି. ଦୂର ପାହାଡିଆ ରାସ୍ତାରେ ଖଟିଆରେ ବୋହି ଘରକୁ ଫେରେଇ ନେଇଛନ୍ତି ।

{"id":129658}

ପ୍ରଥମେ ଉପ-ଜିଲ୍ଲାପାଳ ଏବଂ ପରେ ଦୁଇ ଦୁଇଟି ଜିଲ୍ଲାପାଳ ଏହି ଗାଁକୁ ଯାଇ ରାସ୍ତାଘାଟ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇଥିବା ବେଳେ ଏହାକୁ କେତେ ଗୁରୁତ୍ବ ଦିଆଯାଇଛି ଏହାହିଁ ଏହାର ନଗ୍ନ ଚିତ୍ର । ଗତ ଡିସେମ୍ବର ମାସରେ ନୂଆପଡା ଜିଲ୍ଲାପାଳ ପୋମା ଟୁଡୁ ୪ କି.ମି. ପାଦରେ ଚାଲି ଚାଲି ଗାଁକୁ ଯାଇ ଚର୍ଚ୍ଚାକୁ ଆସିଥିଲେ । ପରେ ପରେ ଶ୍ରେଷ୍ଠ ପ୍ରଶାସକ ଭାବରେ ମଧ୍ୟ ପୁରସ୍କୃତ ହୋଇଥିଲେ । ଗତମାସ ୨୭ ତାରିଖରେ ଏହି ଗାଁକୁ ବିଜୁଳି ଦିଆଯାଇଥିବା ବେଳେ ଗାଁକୁ ଆଜି ଯାଏଁ ରାସ୍ତାଟିଏ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.