ପ୍ରମେୟକୁ ପୂରିଲା ୧୦ ବର୍ଷ, ଅଗ୍ରଣୀକୁ ପଛରେ ପକାଇ ଆଗେଇ ଚାଲିଛି

Published By : Prameya-News7 Bureau | December 01, 2021 IST

ଭୁବନେଶ୍ଵର ୦୧।୧୨: ଅଗ୍ରଣୀଙ୍କଠୁ ଆଗରେ ରହି ୧୦ ବର୍ଷର ଯାତ୍ରା ପୂରା କରିଛି ଦୈନିକ ଖବରକାଗଜ ପ୍ରମେୟ। ୨୦୧୧ ଡିସେମ୍ବର ୧ରେ ପ୍ରକାଶ ପାଇଥିଲା ଏହି ଦୈନିକ ସମ୍ବାଦ ପତ୍ର। ଖୁବ କମ ସମୟରେ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ସଠିକ ଖବର ପରିବେଷଣ କରି ପାଠକଙ୍କ ବିଶ୍ୱାସ ଭାଜନ ହୋଇପାରିଛି ପ୍ରମେୟ।

{"id":552677,"sizeSlug":"full","linkDestination":"none"}

ଘାତ ପ୍ରତିଘାତର ସାମ୍ନା କରି ଅଗ୍ରଣୀଙ୍କୁ ପଛରେ ପକାଇ ଆଗେଇ ଚାଲିଛି ଦୈନିକ ଖବରକାଗଜ ପ୍ରମେୟ। ମହାପ୍ରଭୁଙ୍କ ଦାରୁ ବିଭ୍ରାଟ ଠାରୁ ଡି ବ୍ରଦର୍ସଙ୍କ କଳା କାରବାର ଯାଏଁ, ଖୋଳି ତାଡି ସତ୍ୟକୁ ପାଠକଙ୍କ ସାମ୍ନାକୁ ଆଣିଛି ପ୍ରମେୟ। ୨ଟଙ୍କିଆ ଚାଉଳ ମୋହରେ ଥିବା କଟକ ମେୟରଙ୍କ ମୁକୁଟ ଓହ୍ଲାଇବାଠୁ ନେଇ, ସାରଥୀ ସୁରଙ୍କ ଭଳି ଭଣ୍ଡ ବାବାଙ୍କ ଭଣ୍ଡାମୀକୁ ଲୋକ ଲୋଚନକୁ ଆଣି ସଫଳତାର ଶୀର୍ଷ ଛୁଇଁ ପାରିଛି ଏହି ମୁଦ୍ରିତ ଗଣମାଧ୍ୟମ। ମ୍ୟାଟ୍ରିକ ପ୍ରଶ୍ନ ପତ୍ର ଲିକକୁ ମଧ୍ୟ ପାଠକଙ୍କ ନିକଟରେ ପହଞ୍ଚାଇଛି ଏହି ଖବର କାଗଜ।

{"id":552678,"sizeSlug":"full","linkDestination":"none"}

ସ୍ଵର୍ଣ୍ଣ କ୍ଷେତ୍ର ପୂର୍ତ୍ତି ଅବସରରେ ଭୁବନେଶ୍ୱର ରେ ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ଗ୍ରୁପ ମୁଖ୍ୟ ତଥା ପ୍ରମେୟ ପ୍ରତିଷ୍ଠାତା ଡକ୍ଟର ପ୍ରଫେସର ମନୋଜ ନାୟକ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାହାର ହାତ ବାରିସୀ ନ ହୋଇ ଉଡ଼ା ଖବରକୁ ପ୍ରାଧାନ୍ୟ ନ ଦେଇ, ପରସ୍ପର ମଧ୍ୟରେ ସମନ୍ୱୟ ରଖି  ସାଧାରଣ ଲୋକଙ୍କ ସ୍ୱର ହେବା ପାଇଁ କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଛନ୍ତି ଡକ୍ଟର ମନୋଜ ନାୟକ। ସେହିପରି ମାତୃଭାଷା ଓଡ଼ିଆକୁ ଖବର ପରିବେଷଣରେ ଗୁରୁତ୍ଵ ଦେବା ସହ ସଫଳତାର ୧୦ ସୂତ୍ରୀ ମନ୍ତ୍ର ଦେଇଛନ୍ତି ପ୍ରମେୟ ନିୟୁଜ ସେଭେନ ଗ୍ରୁପ ଏଡିଟର  ଗୋପାଳକୃଷ୍ଣ ମହାପାତ୍ର।  ସଂଯତ ହୋଇ  ଶୃଙ୍ଖଳା ମାନି ଆନୁଗତ୍ୟର ସହ ଚରିତ୍ର ଓ ଅନୁଷ୍ଠାନକୁ ଆଗକୁ ନେବା କୁ ପରାମର୍ଶ ଦେଇଛନ୍ତି ଗ୍ରୁପ ଏଡିଟର ଗୋପାଳ ମହାପାତ୍ର। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ନିୟୁଜ ସେଭେନ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ଯୋଗ ଦେଇଥିଲେ।

{"id":552679,"sizeSlug":"full","linkDestination":"none"}

୧୦ ବର୍ଷରେ ପାଠକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ପ୍ରମେୟ। ସଂଗତି ଭିତରେ ଅସଙ୍ଗତିରୁ ସୃଷ୍ଟି ହୋଇଛି ଇତିହାସ। ପ୍ରଥମେ ପ୍ରମେୟ ନାମକରଣକୁ ନେଇ ପାଠକଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଏବେ ପ୍ରତି ପାଠକଙ୍କ ମନରେ ସୃଷ୍ଟି କରିଛି ସ୍ୱତନ୍ତ୍ର ସ୍ଥାନ। ନିଷ୍ଠା ଓ ଖବରର ଗୁରୁତ୍ଵ ସହ ପ୍ରମେୟ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। ସ୍ଵଚ୍ଛ ପ୍ରଭାବଶାଳୀ ଲୋକାଭିମୁଖୀ ଖବର ପ୍ରକାଶ କରି ପାଠକଙ୍କ ପ୍ରିୟ ହୋଇପାରିଛି ପ୍ରମେୟ। ଖବର କାଗଜ ବିତରକଙ୍କ ଠାରୁ ଆରମ୍ଭ କରି   ପାଠକଙ୍କ ଯାଏଁ ସମସ୍ତଙ୍କ ଭଲପାଇବା ପାଇଁ ପ୍ରମେୟ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ପ୍ରମେୟ ନିୟୁଜ ସେଭେନ ସିଇଓ ସୁନିଲ ନାୟକ କହିଛନ୍ତି।  

{"id":552680,"sizeSlug":"full","linkDestination":"none"}

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ୧୦ ଜଣ ରିପୋର୍ଟର ଓ ଡେସ୍କ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଵର୍ଣ୍ଣ କ୍ଷେତ୍ର ଅବସରରେ କିଏ କେକ କାଟି, ତ ଆଉ କିଏ  ଚିତ୍ରାଙ୍କନ ମାଧ୍ୟମରେ ପ୍ରମେୟ ନିୟୁଜ ସେଭେନ ଓ ସୋଆ ଗ୍ରୁପର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.