ପ୍ରେମିକର ନା’କୁ ପ୍ରେମିକାର ହଁ: ଥାନାରେ ପହଞ୍ଚିଲା ମାମଲା, ବିବାହ କରାଇଲା ପୋଲିସ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪/୦୧: ୩ ବର୍ଷର ପ୍ରେମ ସମ୍ପର୍କ ପରେ ବି ପ୍ରେମିକ ବିବାହ କରିବାକୁ ମନା କରୁଥିଲା। ବାରମ୍ବାର ବୁଝାଇବା ପରେ ବି ପ୍ରେମିକ ନିଷ୍ପତ୍ତି ବଦଳାଇନଥିଲା। ପ୍ରେମିକା କିଛି ଉପାୟ ନପାଇ ସିଧା ଥାନାରେ ପହଞ୍ଚିଥିଲା। ପ୍ରେମିକ ନାଁରେ ଅଭିଯୋଗ କରିଥିଲା ପ୍ରେମିକା। ପ୍ରେମିକକୁ ପୋଲିସ ଡକାଇ ମାମଲା ରଫାଦଫା କରିବା ସହ ଦୁଇ ଜଣଙ୍କ ବିବାହ ମଧ୍ୟ କରାଇଛି। ଏହି ଘଟଣା ଉତ୍ତରପ୍ରଦେଶର ବୁଲନ୍ଦସରରେ ଘଟିଛି।

ପ୍ରେମିକାଙ୍କ ଅଭିଯୋଗ ପରେ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ। ପ୍ରେମିକକୁ ଡକାଇ କରାଇଲା ବିବାହ। ଥାନା ପାଲଟିଲା ବିବାହ ମଣ୍ଡପ ଆଉ ବରଯାତ୍ରୀ ହୋଇଥିଲେ ଖାକି ବାବୁ। ହୋମ ନଥିଲା କି ପଣ୍ଡିତ ନଥିଲେ ବର କନିଆଁ ପରଷ୍ପରକୁ ବରମାଳା ପିନ୍ଧାଇ ସାତ ଜନ୍ମର ସାଥି ହୋଇଛନ୍ତି। ବିବାହ ସରିଛି କିନ୍ତୁ ଏନେଇ କୌଣସି ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଖୁବଶୀଘ୍ର ଏହି କାର୍ଯ୍ୟ ବି ସରିବ ବୋଲି ସେଠାରେ ଉପସ୍ଥିତ ଓକିଲ କହିଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ବର ଜଣଙ୍କ ଅଉରିଆର ଥାନାରେ କନେଷ୍ଟବଳ ଥିବା ବେଳେ କନିଆଁ ବୁଲନ୍ଦସର ବାସିନ୍ଦା। ସେମାନଙ୍କ ମଧ୍ୟରେ ୩ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଆସିଛି।  ପୋଲିସ ସେମାନଙ୍କ ବିବାହ କରଥିବା ବେଳେ ଥାନା ବାବୁ ତାଙ୍କୁ ଆଶୀର୍ବାଦ କରିଥିବା ମଧ୍ୟ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.