ରାଜଧାନୀ ମଲ୍‌ରେ ଆତଙ୍କବାଦୀ ହମ୍‌ଲା ! କମିଶନରେଟ ପୋଲିସ କଲା କାବୁ, ଜାଣନ୍ତୁ ପୂରା ଘଟଣା…

Published By : Prameya-News7 Bureau | August 30, 2019 IST

ଭୁବନେଶ୍ବର୩୦|୮: ରାଜଧାନୀର ରସୁଲଗଡ ଠାରେ ଥିବା ମଲରେ ମାଳ ମାଳ ପୋଲିସ । ବାହାରେ ଯାଉଥିବା ଲୋକେ ଠିଆହୋଇ ଟିକେ ନିରୀକ୍ଷଣ କରୁଥିଲେ । ସତେ ଯେମିତି ଏଠାରେ କିଛି ଦୁର୍ଘଟଣା ଘଟିଛି ବା କୌଣସି ଆତଙ୍କି ହାମଲା ହୋଇଛି । ହେଲେ କାହିଁକି ଲୋକ ଜମିଥିଲେ ଆସନ୍ତୁ ଷ୍ଟେରି ଭିତରକୁ ଯାଇ ଯାଣିବା ।

{"id":151082}

ସମୟ  ସକାଳ ଆଠଟା । ରସୁଲଗଡ ଛକରେ ଲୋକଙ୍କ ଭିଡ । ସେଠାରେ ଥିବା ଏକ ବଡ ମଲରେ ପଶିଛି ଆତଙ୍କବାଦୀ । ମଲ ଚତୁଃର୍ପାର୍ଶ୍ବରେ ନାକାବନ୍ଦି । ଆତଙ୍କବାଦୀକୁ  ଧରିବା ପାଇଁ କମିସନରେଟ ଆର୍ମ ପୋଲିସ , ବମ ସ୍କ୍ବାର୍ଡ , ଡଗ ସ୍କ୍ବାର୍ଡ , ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ . ସିଭିଲ ଡିଫେନ୍ସ , କାଉଣ୍ଟର ଟେରରିଷ୍ଟ ସ୍କ୍ବାର୍ଡ , ଓଡ୍ରାଫ , ଏନଡିଆରଏଫ , ଫାୟାର ସର୍ଭିସ , କମିସନରେଟ ପୋଲିସ ସହିତ ମେଡିକାଲ ଟିମ ଉପସ୍ଥିତ ରହିଥିଲେ ।

{"id":151083}

ମଲ ଭିତରେ ଚାଲିଲା ଏକଘଣ୍ଟାର ଅପରେସନ । ଅପରେସନ ପରେ ଭିତରୁ ଧରା ପଡିଲା ଆତଙ୍କବାଦୀ । କିନ୍ତୁ ଏହାଥିଲା ପୋଲିସର ମକଡ୍ରୀଲ । ଯାହାକୁ କରିବାପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପାଇଥିଲେ ମଲ କର୍ମଚାରୀ । ଆଉ ସେମାନଙ୍କୁ ସହଯୋଗ କରିଥିଲେ ପୋଲିସ କର୍ମଚାରୀ । ଏହିଭଳି ମକଡ୍ରୀଲ କେବଳ ଏହି ଗୋଟିଏ ମଲରେ ନୁହେଁ ରାଜଧାନୀର ସବୁ ମଲରେ କରାଯିବ ବୋଲି କହିଛନ୍ତି ପୋଲିସ କମିସନର ।

{"id":151084}

କାଶ୍ମୀର ଅପରେଶନ ପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଜଳପଥରେ ହେବାର ଗୁଇନ୍ଦା ସୁଚନା ରହିଛି । ପୁର୍ବରୁ ଯେତେ ସବୁ ଆକ୍ରମଣ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଛି ସେଥିରେ ମଲ ଉପରେ ବିଶେଷ ନଜର ରହିଥିଲା । ତେଣୁ ଏହି ସବୁ ସ୍ଥାନରେ ଯଦି ଭବିଷ୍ୟତରେ କେହି ଆତଙ୍କବାଦୀ ପ୍ରବେଶ କରେ ତେବେ ତାହାକୁ କିଭଳି ପ୍ରତିହତ କରାଯାଇପାରିବ ତାକୁ ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ କମିସନରେଟ ପୋଲିସ ।

{"id":151085}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.