ପୋଲିସର ଦବଙ୍ଗଗିରି : ଯୁବତୀଙ୍କୁ କମେଣ୍ଟ ମାରିବା ଅଭିଯୋଗ ପରେ ଯୁବକଙ୍କୁ ପିଟିଲେ ପୋଲିସ ବାବୁ !

Published By : Prameya-News7 Bureau | August 29, 2019 IST

ବୌଦ୍ଧ ୨୮: ପୋଲିସର ଦବଙ୍ଗଗିରି । ଯୁବକଙ୍କୁ ଅତି ଅମାନୁଷିକ ଭାବେ ପିଟୁଛନ୍ତି ଜଣେ ପୋଲିସ କର୍ମଚାରୀ । ବୌଦ୍ଧ ଜିଲ୍ଲା ମଡେଲ ଥାନାର ଜଣେ ପୋଲିସ ବାବୁ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ସାଧା ପୋଷାକରେ ଥିବା ଏହି ବ୍ୟକ୍ତି ଜଣେ କନେଷ୍ଟବଳ । ତାଙ୍କ ନାଁ ରଞ୍ଜନ ମହାପାତ୍ର । ସଂପୃକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା । ତାକୁ ପୋଲିସ ଗିରଫ କରି କୋର୍ଟ ଚାଲଣ ମଧ୍ୟ କରିଛି ।

କିନ୍ତୁ ଏହା ପୂର୍ବରୁ କନଷ୍ଟେବଳ ଜଣଙ୍କ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟୁଛନ୍ତି । ଏ ଦୃଶ୍ୟ ଦେଖିଲେ ବୌଦ୍ଧ ପୋଲିସର ଦବଙ୍ଗଗିରିକୁ ପଦାରେ ପକାଇଛି । 

ଅନ୍ୟପଟେ ବୌଦ୍ଧ ଆଦର୍ଶ ଥାନା କନେଷ୍ଟବଳ ରଞ୍ଜନ ମହାପାତ୍ର ନିଲମ୍ବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.