ରାଉରକେଲା,୨୭/୦୬: ପୋଲିସ ବାବୁଙ୍କ ଜବରଦସ୍ତ ଡ୍ୟାନ୍ସ । କରୋନା କଟକଣାକୁ ଦଳି ମକଚି ଦେଲେ ଖାକି ବାବୁ । ନା ମୁହଁରେ ଥିଲା ମାସ୍କ ନା ସାମାଜିକ ଦୂରତା । ଗୀତର ତାଳେ ତାଳେ ହଲୁଥିଲା ପାଦ । ଏପରି ଏକ ଭିଡିଓ ଭାଇରାଲ ହୋଇଛି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନାର ଜଣେ ହାବିଲଦାର ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ସବୁବେଳେ ପାଲଟିଥାଏ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । ଗତ ବର୍ଷ ଜୁଲାଇ ମାସରେ ଏହି ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀ ନାବାଳିକାକୁ ଦୁର୍ଷ୍ମମ ମାମଲାରେ ବହିଷ୍ମୁତ ହୋଇ ଏଭେ ଜେଲରେ। ତାପରେ ଥାନାର ମହିଳା ଆଇଆଇସି ସ୍ଵାମୀଙ୍କ ନିର୍ଯ୍ୟାତନାରେ ଥାନାରେ ଦ୍ବାରସ୍ତ ହୋଇ ନ୍ୟାୟ ମାଗିଥିଲେ । ପୁଣି ତାପରେ ଏହି ଥାନାରେ ହାଜତ ମୃତ୍ୟୁ ଘଟଣାରେ ଅନ୍ୟ ଜଣେ ମହିଳା ଆଇଆଇସି ନିଲମ୍ବିତ ହୋଇଥିଲେ । ସତେ ଯେମିତି ବୀରମିତ୍ରପୁର ଥାନା ପାଲଟିଛି ଅଭିଶାପ । ପୁଣି ଏବେ ଥାନାର ହାବିଲଦାରଙ୍କ କାମ ଚର୍ଚ୍ଚାର ପରିଧିକୁ ଆସିଛି ।
ବୀରମିତ୍ରପୁର ଥାନା ଅଧିନରେ ଥିବା ବୀରମିତ୍ରପୁର ଫାଣ୍ଡିରେ କାମ କରନ୍ତି ହାବିଲଦାର ପ୍ରଶା ପଟ୍ଟନାୟକ ଓରଫ ବୁଲୁ ଭାଇ । କିଛି ଦିନ ତଳେ ବୀରମିତ୍ରପୁର ଭାତିରୋଡ଼ ଅଞ୍ଚଳରେ ଅନୁଷ୍ଠିତ ବିବାହ ଉତ୍ସବରେ ଯୋଗ ଦେବାକୁ ସାଧା ପୋଷାକରେ ଯାଇଥିଲେ ହାବିଲଦାର ପ୍ରଶା ପଟ୍ଟନାୟକ । ହେଲେ ମାନିନଥିଲେ କୋଭିଡ଼ ପ୍ରୋଟକଲ । ନାଁ ଥିଲା ମୁହଁରେ ମାକ୍ସ ନା ଥିଲା ସାମାଜିକ ଦୁରତା । ଜଣେ ପୋଲିସ ହାବିଲଦାର ହୋଇ ବେଖାତିର କରିଥିଲେ କୋଭିଡ଼ ପ୍ରୋଟକଲ ଆଉ ଝାଡ଼ଖଣ୍ଡର ସାଦ୍ରୀ ଗୀତରେ ନାଚି ମସଗୁଲ ହୋଇଥିଲେ । ଯାହା ଫେସବୁକରେ ଲାଇଭ୍ ମଧ୍ୟ ହେଲା ଆଉ ଏବେ ପୋଲିସ ମାମୁଁଙ୍କ ନାଚ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବୁଲୁଛି ମୋବାଇରୁ ମୋବାଇଲ ।
wp:html/wp:htmlଗୀତ ଶୁଣି ଗୋଡ ଥୟ ଧରିଲାନି, ଧୁମ୍ ନାଚିଲେ ପୋଲିସ ବାବୁ, ନା ଥିଲା ମାସ୍କ ନା ସାମାଜିକ ଦୂରତା, ଦେଖନ୍ତୁ ଭିଡିଓ...#Odisha #ViralVideo pic.twitter.com/mJKPK3raGh
— Prameya News7 (@NEWS7Odia) June 27, 2021
ପୋଲିସ ବାବୁ ସାଧା ପୋଷାକରେ ବିବାହ ଉତ୍ସବରେ ଯୋଗଦେବା ସହ ନାଚିବା ତାଙ୍କର ବ୍ୟକ୍ତିଗତ କଥା । କୋଭିଡ଼ କଟକଣାକୁ ନେଇ ଲୋକଙ୍କୁ ସଚେତନ କରାଉଥିବା ସହ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ପୋଲିସ ବାବୁ । ତେବେ ଏହି ହାବିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ଆଗକୁ ଜଣାପଡିବ ।