ଗଲଓ୍ବାନ୍‌ରେ ଗର୍ଜିଲେ ମୋଦି : 'ବିସ୍ତାରବାଦର ଯୁଗ ଶେଷ, ବୀରତା ହିଁ ଶାନ୍ତିର ପୂର୍ବ ସର୍ତ୍ତ'

Published By : Prameya-News7 Bureau | July 03, 2020 IST

ନୂଆଦିଲ୍ଲୀ ୦୩/୦୭ :  ଲଦାଖରୁ ଚାଇନାକୁ ମୋଦିଙ୍କ ଚେତାବନୀ । ବିସ୍ତାରବାଦର ଯୁଗ ଶେଷ ହୋଇଯାଇଛି । ଏବେ ବିକାଶବାଦର ଯୁଗ । ଇତିହାସ ଦେଖିଛି ବିସ୍ତାରବାଦୀଙ୍କ ପରାଜୟ । ମାନବଜାତିର ବିନାସ  ପାଇଁ ବିସ୍ତାରବାଦ ନୀତି ହିଁ ଦାୟୀ । ପୂରା ବିଶ୍ବ ଏବେ ବିସ୍ତାରବାଦ ନୀତି ଉପରେ ସ୍ବର ଉଠାଇଛି । ପୂର୍ବ ଲଦାଖର ଗଲଓ୍ବନ ଘାଟୀରେ ସଂଘର୍ଷ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଯବାନଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବଢ଼ାଇବା ସହ ନାଁ ନେଇ ବି ଚୀନକୁ ଚେତାବନୀ ଦେଇଛନ୍ତି । …..

{"id":295455,"sizeSlug":"large"}

ଗଲଓ୍ବାନ୍‌ରେ ଗର୍ଜିଲେ ମୋଦି । ଲଦାଖରୁ ଚାଇନାକୁ କଡ଼ା ଚେତାବନୀ । ବିସ୍ତାରବାଦର ଯୁଗ ଶେଷ ହୋଇଛି । ଇତିହାସ ଦେଖିଛି ବିସ୍ତାରବାଦୀଙ୍କ ପରାଜୟ । ମାନବଜାତିର ବିନାସ ପାଇଁ ବିସ୍ତାରବାଦ ନୀତି ହିଁ ଦାୟୀ । ପୂରା ବିଶ୍ବ ଏବେ ବିସ୍ତାରବାଦ ନୀତି ଉପରେ ସ୍ବର ଉଠାଇଛି । ବୀରତ ହିଁ ଶାନ୍ତିର ପୂର୍ବ ସର୍ତ୍ତ । କମ୍‌ଜୋର୍‌ କେବେ ଶାନ୍ତି ଆପଣାଇପାରିବେ ନାହିଁ । ଆଜି କିଛି ଏମିତି କହି ଲଦାଖ ମାଟିରୁ ଚାଇନାକୁ ଚେତାବନୀ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଲଦାଖର ଗଲଓ୍ବନ ଘାଟୀରେ ସଂଘର୍ଷ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ LAC ଏବଂ LOCର ଅତି ନିକଟରେ ଥିବା ନିମୁ କ୍ୟାମ୍ପରେ ପହଞ୍ଚିଥିଲେ । ଆଉ ସେଇଠାରୁ ହିଁ ଦେଶର ଦୁଷ୍ମନଙ୍କୁ ଖବରଦାର୍‌ କରିବା ସହ ଭାରତୀୟ ସେନାର ମନୋବଳ ବଢ଼ାଇଥିଲେ ।

{"id":295456,"sizeSlug":"large"}

ଲଦାଖର ପୂରା ଅଂଚଳ ଭାରତର ମସ୍ତକ । ଗଲଓ୍ବନ୍‌ ହେଉଛି ଭାରତର ।  ଲଦାଖର ମାଟି ପଥର ପାଣି ସବୁ କିଛି ବୀର ଯବାନଙ୍କ  ପରାକ୍ରମର ସାକ୍ଷୀ ରହିଛି । ଏ ମାଟି ବୀର ମାନଙ୍କ ପାଇଁ, ଏହାର ସୁରକ୍ଷା ଆମର ସଂକଳ୍ପ । ଭାରତୀୟ ଯବାନଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠୁଛି । ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁହଁତୋଡ଼ ଜବାବ୍‌ ଦିଆଯାଇଛି । ପ୍ରତିଆକ୍ରମଣ ପରେ ଭାରତ ଅଧିକରୁ ଅଧିକ ସଶକ୍ତ ହେଉଛି । ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ଠିକ୍‌କୁ ଠିକ୍‌ କହିବା ଆଉ କରି ଦେଖାଇବା ହିଁ ସାହସ । ଆମେ ଏକ ସଶକ୍ତ ଓ ଆତ୍ମନିର୍ଭର ଭାରତ ନିଶ୍ଚୟ ତିଆରି କରିବା । ଆପଣମାନଙ୍କ  ତ୍ୟାଗ, ବଳିଦାନ ଓ ବୀରତ୍ବ ଏହାକୁ ଅଧିକ ମଜବୁତ୍‌ କରିବ । ଆମେ କୃଷ୍ଣଙ୍କ ପରି ବଇଁଶୀ ବଜାଇପାରୁ, ଏବଂ ବିଷ୍ଣୁଙ୍କ ପରି ସୁଦର୍ଶନ ଚକ୍ରର ବ୍ୟବହାର ମଧ୍ୟ କରିପାରୁ ।  କିଛି ଏମିତି କହି  ସୀମାରେ ମୁତୟନ ଯବାନଙ୍କ ମନୋବଳ ବଢ଼ାଇଥିଲେ ପ୍ରଧାନମନ୍ତ୍ରୀ ।

{"id":295457,"sizeSlug":"large"}

ଲଦାଖର ନିମୁ କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ବୀର ଯବାନଙ୍କୁ ପ୍ରଶଂସା କରିଥିଲେ । କହିଥିଲେ ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ଗଲଓ୍ବନ୍‌ ଘାଟୀରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦୁଇ ଜଣ ମାତଙ୍କୁ ସ୍ମରଣ କରିଥିଲେ । କହିଥିଲେ ଯେତେବେଳେ ରାଷ୍ଟ୍ରୀୟ ସୁରକ୍ଷା କଥା ବିଚାରକୁ ଆସେ ସେତେବେଳେ ପ୍ରଥମେ ଭାରତ ମାତା ଏବଂ ଦ୍ବିତୀୟରେ ବୀରଙ୍କ ମାତାଙ୍କ କଥା ସାମ୍ନାକୁ ଆସେ । ଯେଉଁମାନେ ଭାରତ ମାତାର ସୁରକ୍ଷା ପାଇଁ ଆପଣମାନଙ୍କ ଭଳି ବୀର ଯବାନଙ୍କୁ ଜନ୍ମ ଦେଇଛନ୍ତି ।

ଲଦାଖର ନିମୁ କ୍ୟାମ୍ପରୁ ଫେରିବା ପରେ ଲେହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ମଧ୍ୟ ଭେଟିଥିଲେ ମୋଦି । ଗଲଓ୍ବନ୍‌ ଯୋଦ୍ଧାଙ୍କୁ ପ୍ରଣାମ କରିବା ସହ ସେମାନଙ୍କ ଠାରୁ ପ୍ରେରଣା ପାଇଛନ୍ତି ବୋଲି କହିଥିଲେ । ଏଥି ସହ ଆହତ ଯବାନଙ୍କ ଉତ୍ସାହ ବଢ଼ାଇଥିଲେ ପ୍ରଧାନମନ୍ତ୍ରୀ ।

{"id":295462,"sizeSlug":"large"}

ଲଦାଖ ସୀମାରୁ କେବଳ  ଚୀନକୁ ଚେତାବନୀ ଦେଇନଥିଲେ ପିଏମ ମୋଦି, ପରୋକ୍ଷରେ କାର୍ଗିଲ ଯୁଦ୍ଧ କଥା ମନେପକାଇ ପାକିସ୍ତାନଙ୍କୁ ମଧ୍ୟ ଖବରଦାର କରିଥିଲେ । ୧୯୯୯ରେ ଏହି ପାହାଡ଼ି ଅଂଚଳରେ  ଭାରତୀୟ ସେନା ଠାରୁ ସବକ୍‌ ଶିଖିଥିଲା ପାକିସ୍ତାନୀ ସେନା ।ତେଣୁ ଚୀନ କଥାରେ ପଡ଼ି ଭାରତକୁ ଦୁର୍ବଳ ଭାବିବାର ଭୁଲ୍‌ ନକରୁ, ନହେଲେ ପାକିସ୍ତାନକୁ  ପସ୍ତାଇବାକୁ  ପଡ଼ିବ । ଗୋଟିଏ ସମୟରେ LAC ଏବଂ LOCର ଅତି ନିକଟ ନିମୁ କ୍ୟାମ୍ପରୁ ଦୁଇ ଦୁଷ୍କନଙ୍କୁ ଏକ ଭିନ୍ନ ଅନ୍ଦାଜରେ କଡ଼ା ଜବାବ୍‌ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ବିଳିବିଳେଇ ହେବା ଆରମ୍ଭ କରିଛି ଚୀନ । ଚିନ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି କୌଣସି ପକ୍ଷକୁ ଏମିତି କାମ ନକରିବା ଦରକାର ଯେଉଁଥି ପାଇଁ ବର୍ତ୍ତମାନ ସମୟରେ ମାହୋଲ ଅଧିକ ଖରାପ ହେବ । ପରିସ୍ଥିତି ସୁଧାରିବା ପାଇଁ ଭାରତ ଓ ଚୀନ ନିଜ ଭିତରେ ସମ୍ପର୍କ ରଖିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.