ଜଣ୍ଟି ରୋଡ୍ସ ଓ କ୍ରିସ୍ ଗେଲଙ୍କୁ ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜଣାଇଲେ ଗଣତନ୍ତ୍ର ଦିବସର ଶୁଭେଚ୍ଛା, କହିଲେ...

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ, ୨୬/୦୧:    ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି ଭାରତ । ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ମୋଦୀ ପ୍ରସିଦ୍ଧ କ୍ରିକେଟର ଜଣ୍ଟି ରୋଡସ୍ ଓ କ୍ରିସ୍ ଗେଲଙ୍କୁ ପତ୍ର ଲେଖି ଭାରତ ସହ ସେମାନଙ୍କର ଘନିଷ୍ଠ ସମ୍ପର୍କକୁ ପ୍ରଶଂସା କରିଛନ୍ତି ।

ଦକ୍ଷିଣ ଆଫ୍ରିକୀୟ ଖେଳାଳି ରୋଡସ୍ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍ ଦାୟିତ୍ୱରେ ଥିଲେ । ସେ ଅନେକ ଦିନ ଭାରତରେ ରହିଥିଲେ । ସେ ତାଙ୍କ ଝିଅଙ୍କ ନାମ ଇଣ୍ଡିଆ ରଖିଥିଲେ । ସେହିପରି ଓ୍ୱେଷ୍ଟଇଣ୍ଡିଜ୍ କ୍ରିକେଟର କ୍ରିସ୍ ଗେଲ ଆଇପିଏଲରେ ନିଜର ଦମଦାର ବ୍ୟାଟିଂ ପାଇଁ ଭାରତରେ ଖୁବ୍ ଲୋକପ୍ରିୟ ଅଟନ୍ତି ।

ମୋଦୀ ରୋଡସଙ୍କୁ ଲେଖିଛନ୍ତି ଯେ, ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଭାରତୀୟ ସଂସ୍କୃତି ସହ ଗଭୀର ସମ୍ପର୍କ ପାଇଁ ଧନ୍ୟବାଦ । ରୋଡସ ନିଜ ଝିଅଙ୍କ ନାମ ଇଣ୍ଡିଆ ରଖିଛନ୍ତି । ଏହାସହ ମୋଦୀ ରୋଡସଙ୍କୁ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଦୂତ ବୋଲି କହିଛନ୍ତି ।ଏହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ଏହାସହ ଗେଲଙ୍କୁ ମଧ୍ୟ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ମୋଦୀଙ୍କ ପତ୍ର ପାଇବା ପରେ ଉଭୟ ରୋଡସ ଓ ଗେଲ ଧନ୍ୟବାଦ ଜଣାଇବା ସହ ଆଭାର ବ୍ୟକ୍ତ କରିଛନ୍ତି । ଏହି ସବୁ ସୁନ୍ଦର ଶବ୍ଦ ପାଇଁ ସେମାନେ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.