ପିଟାପିଟି ଗାଁରେ ଅଘଟଣ, ମଞ୍ଚାରୁ ପଡି ମହିଳା ମୃତ

Published By : Prameya-News7 Bureau | October 24, 2021 IST

ଘଟଗାଁ ୨୪/୧୦:  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ବ୍ଲକ୍ ପିଟାପିଟି ଗାଁରେ ଅଘଟଣ । ମଞ୍ଚାରୁ ପଡି ଚାଲିଗଲା ମହିଳାଙ୍କ ଜୀବନ ।  ଗାଁର ଜୟନ୍ତି କିସାନ ମଞ୍ଚାରୁ ପଡି ପ୍ରାଣ ହରାଇଛନ୍ତି ।

ମିଳିଥିବା ସୁଚନା ଅନୁସାରେ,  ବିଗତ କିଛିଦିନ ହେବ ପିଟାପିଟି ଅଞ୍ଚଳରେ ଜଙ୍ଗଲି ଜନ୍ତୁ ଉପଦ୍ରବ ବଢିବାରେ ଲାଗିଛି । ଜଙ୍ଗଲି ଜନ୍ତୁମାନେ ଧାନଫସଲ ନଷ୍ଟ କରୁଥିବାରୁ ପିଟାପିଟି ଗାଁ ଲୋକେ ଧାନଫସଲକୁ ଜଗିବା ପାଇଁ ଜମି ପାଖରେ ମଞ୍ଚା ନିର୍ମାଣ କରି ଫସଲ ଜଗିଥାନ୍ତି । ଶନିବାର ମଧ୍ୟ ଜୟନ୍ତି ରାତିରେ ଧାନଫସଲ ଜଗିବା ପାଇଁ ମଞ୍ଚା ପାଖକୁ ଯାଇଥିଲେ । ମଞ୍ଚାକୁ ଚଢୁ ଚଢୁ ଦୁର୍ଭାଗ୍ୟବଶତଃ ସେ ଖସି ପଡିଥିଲେ ।

ଅନ୍ୟମାନେ ତାଙ୍କୁ ପଡିଯିବାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଗୁରୁତୁର ଅବସ୍ଥାରେ  ହରିଚନ୍ଦନପୁର୍ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ସମୟରେ ଅଧାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ରବିବାର ସକାଳୁ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହଟିକୁ ଜବଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ ତଦନ୍ତ ମଧ୍ୟ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.