Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

କରୋନା ଔଷଧ ଭାବି ବିଷ ପିଇଦେଲେ ଲୋକ: ୬୦୦ ମୃତ, ୩ ହଜାର ଗୁରୁତର

8/04/2020 at 3:31 PM

ନୂଆଦିଲ୍ଲୀ୮/୪: ଚୀନର ବୁହାନ ସହରରୁ ଉତ୍ପତ୍ତି ହୋଇଥିବା କରୋନା ମହାମାରୀର ରୂପ ନେଇଛି| ଏହି ଭାଇରସ ସଂକ୍ରମଣରେ ବିଶ୍ୱର ଅନେକ ଦେଶ ଦୋହଲି ଯାଇଛି | କରୋନାର ପ୍ରକୋପ ଇରାନରେ ମଧ୍ୟ ଜାରି ରହିଛି | ଏହି ଭାଇରସ ସଂକ୍ରମଣରେ ଇରାନରେ ମୃତକଙ୍କ ସଂଖ୍ୟା ପାଖାପାଖି ୩୮୦୦ ହେଲାଣି | ଏହି ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଇରାନ ଲୋକେ ଏକ ଅଜବ ଘଟଣା ଘଟାଇଛନ୍ତି ଯେଉଁଥିପାଇଁ ୬୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୩ ହଜାର ଲୋକଙ୍କ ଅବସ୍ଥା ଗୁରୁତର ହୋଇପଡିଛି |


ଖବର ଅନୁଯାୟୀ, ଇରାନର ସରକାରୀ ପ୍ରବକ୍ତା ଘୋଲମ ହୁସେନ ଇସ୍ମାଇଲି କହିଛନ୍ତି ଯେ, ସେଠାରେ ଲୋକେ କରୋନା ଔଷଧ ଭାବି ନିଟ ଆଲକହଲ ପିଇ ଦେଇଥିଲେ|ଯାହାଫଳରେ ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି | ବିଷାକ୍ତ ମଦ ପିଇ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି | କରୋନା ମୃତ୍ୟୁ ଠାରୁ ମଧ୍ୟ ଅଧିକ ମୃତ୍ୟୁ ହୋଇଛି | ତେବେ ମଦ ପିଇଲେ କରୋନା ଭଲ ହେବା ନାହିଁ ବୋଲି ସେ ଲୋକଙ୍କୁ କହିଛନ୍ତି |ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି | ଏମାନଙ୍କ ବିରୋଧରେ ଅପରାଧିକ ଗତିବିଧିକୁ ନେଇ ମାମଲା ରୁଜ୍ଜୁ କରାଯିବ |


ସୂଚନାଯୋଗ୍ୟ ଯେ, ଇରାନରେ କରୋନା ଯୋଗୁଁ ୬୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଛନ୍ତି | ଇରାନ ସରକାର ଜାରି କରିଥିବା ସଂଖ୍ୟା ଉପରେ ମଧ୍ୟ ପ୍ରଶ୍ନ ଉଠିଛି | ଇରାନ ସରକାର ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା କମ ଦର୍ଶାଉଥିବା ଅଭିଯୋଗ ହୋଇଛି |ଇରାନର ସଂସଦର ୩୧ ଜଣ ସଦସ୍ୟ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ୩୧ ଜଣ ସଦସ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସଂସଦ ବନ୍ଦ କରିଦିଆଯାଇଛି | କିନ୍ତୁ ମଙ୍ଗଳବାର ଠାରୁ ପୁଣିଥରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି

   Related Posts