ବିଜେଡି ଓ ବିଜେପି ଭଳି ଆମେ ଅର୍ଥବଳରେ ବିଶ୍ବାସ କରୁନାହୁଁ : ପିସିସି ସଭାପତି

Published By : Prameya-News7 Bureau | January 20, 2022 IST

ଭୁବନେଶ୍ବର ୨୦।୧: କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରିବା କଥାରେ ଆଂଶିକ ସତ୍ୟତା ଅଛି। ବିଜେପି ଓ ବିଜେଡିର ଅର୍ଥବଳ ଦେଖି ସେପଟକୁ ମନ ବଳାଉଛନ୍ତି। କିନ୍ତୁ ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ ଅଛୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେ ଆହୁରି କହିଛନ୍ତି, ପଞ୍ଚାୟତରେ ଆମେ ଆଗକୁ ନା ପଛକୁ ଯିବୁ ଆମେ ସେଥିଲାଗି ଚିନ୍ତିତ ନୁହେଁ । ଆମେ ଗଣତନ୍ତ୍ର ରକ୍ଷା କରିବାକୁ ଚେଷ୍ଟା କରୁଛୁ। ବିଜେଡି ଓ ବିଜେପି ଭଳି ଆମେ ଅର୍ଥବଳରେ ବିଶ୍ବାସ କରୁନାହୁଁ।

ସେପଟେ ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ଉପରେ ବିବୃତି ରଖି କହିଛନ୍ତି, କଂଗ୍ରେସ ଦଳରେ କିଛି ଥାଆନ୍ତି ସବୁବେଳେ ଇଆଡୁ ସିଆଡୁ କହନ୍ତି। ସୁର ଓ ତାରାଙ୍କ ଭଳି । ବୁଧବାର ତାରା ମୋ ସହ ଅଧ ଘଣ୍ଟାଏ କଥା ହେଇଛନ୍ତି।

ଶୁକ୍ରବାର ପ୍ରଭାରୀ ଚେଲ୍ଲା କୁମାର ଆସିବେ । ୨୨ ତାରିଖରେ ଢ଼ିଙ୍କିଆ ଯିବେ। ଢ଼ିଙ୍କିଆବାସୀଙ୍କ ସହ ଆଲୋଚନା କରିବେ। ୨୩ରେ ନିର୍ବାଚନ ପରିଚାଳନା କମିଟି ସହ ଆଲୋଚନା କରିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.