ରାମଦେବ ବାବା ଲଞ୍ଚ କଲେ କରୋନାର ଆୟୁର୍ବେଦିକ ଔଷଧ କୋରାନିଲ : ଦାମ୍ ମାତ୍ର ୫୪୫ ଟଙ୍କା, ୭ ଦିନ ପରେ ପତାଞ୍ଜଳୀ ଷ୍ଟୋରରେ ଉପଲବ୍ଧ ହେବ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୦୬ : ଯୋଗ ଗୁରୁ ରାମଦେବ ବାବାଙ୍କ ସଂସ୍ଥା ପତାଞ୍ଜଳୀ ଆୟୁର୍ବେଦ କରୋନା ଭାଇରସର ଆୟୁର୍ବେଦିକ ଔଷଧ କୋରାନିଲ ଲଞ୍ଚ କରିଛନ୍ତି | କ୍ଲିନିକାଲ ଟ୍ରାଏଲ ପରେ ପତାଞ୍ଜଳୀ ଏହି ଔଷଧ ପ୍ରସ୍ତୁତ କରିଛି | କୋରାନିଲ କିଟ ୫୪୫ ଟଙ୍କାରେ ଉପଲବ୍ଧ | ଏହି ଅବସରରେ ରାମଦେବ କହିଛନ୍ତି ଯେ, ସାରା ଦେଶ ଯେଉଁ ମୁହୂର୍ତ୍ତ ପାଇଁ ଅପେକ୍ଷା କରିଛି ସେହି ଦିନ ଆସିଯାଇଛି | କରୋନାର ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇଯାଇଛି | ଏହି ଔଷଧରେ କରୋନାର ସମସ୍ତ ଜଟିଳତାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି | ଏହି ଔଷଧରେ ୩ ଦିନରେ ୬୯ ପ୍ରତିଶତ ପୀଡିତ ସୁସ୍ଥ ହୋଇଥିବାବେଳେ ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି | ୨୮୦ ଜଣଙ୍କ ଉପରେ ଏହି ଔଷଧ ପ୍ରୟୋଗ କରାଯାଇଥିଲା |

{"id":290414,"sizeSlug":"large"}

ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ଏହି ଔଷଧରେ ଅଶ୍ଵଗନ୍ଧା, ଗିଲୋୟ, ତୁଳସୀ, ଶ୍ୱସରି ରସ, ଅନୁ ତେଲ ରହିଛି | ଏହି ଔଷଧ ନିଜର ପ୍ରୟୋଗ, ଚିକିତ୍ସା ଓ ପ୍ରଭାବ ଆଧାରରେ ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ଥରରେ ସମସ୍ତ ପ୍ରମୁଖ ସଂସ୍ଥା, ଜର୍ଣ୍ଣାଲ ଆଦିରୁ ପ୍ରାମାଣିକ |ଆମେରିକାର ବାୟୋମେଡିସିନ ଫାର୍ମାକୋଥେରାପି ଇନ୍ଟରନ୍ୟାଶନାଲ ଜର୍ଣ୍ଣାଲରେ ଏହି ଔଷଧ ଗବେଷଣା ପ୍ରକାଶ ପାଇଛି | ପତାଞ୍ଜଳୀ ଦାବି କରିଛି ଯେ ଏହି ଗବେଷଣା ସଂଯୁକ୍ତ ଭାବେ ପତାଞ୍ଜଳୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ହରିଦ୍ୱାର ଆଣ୍ଡ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦ୍ୱାରା କରାଯାଇଛି | ଔଷଧର ନିର୍ମାଣ ଦିବ୍ୟ ଫର୍ମାସୀ, ହରିଦ୍ୱାର ଏବଂ ପତାଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ହରିଦ୍ୱାର ଦ୍ୱାରା କରାଯାଉଛି | ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ କୋରାନିଲ କିଟ ୫୪୫ ଟଙ୍କାରେ ଉପଲବ୍ଧ ଏବଂ ଏହା ୩୦ ଦିନ ପାଇଁ |

{"id":290427,"sizeSlug":"large"}

ରାମଦେବ କହିଛନ୍ତି, ଏହି ଔଷଧ ଆଗାମୀ ୭ ଦିନରେ ପତାଞ୍ଜଳୀ ଷ୍ଟୋରରେ ଉପଲବ୍ଧ ହେବ | ସୋମବାର ଦିନ ଏକ ଆପ ଲଞ୍ଚ କରାଯିବ ଯାହା ସାହାଯ୍ୟରେ ଔଷଧର ହୋମ ଡେ଼ଲିଭରୀ କରାଯିବ | ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅନୁଯାୟୀ, ଦିବ୍ୟ କୋରାନୀଳ ଟାବଲେଟରେ ଥିବା ଅଶ୍ଵଗନ୍ଧା କୋଭିଡ-୧୯ର ଆରବିଡିକୁ ମାନବ ଶରୀରର ଏସିଇ ସହିତ ମିଶିବାକୁ ଦିଏନାହିଁ | ଏହାଦ୍ୱାରା ସଂକ୍ରମଣ ମାନବ ଶରୀରର ସୁସ୍ଥ କୋଷରେ ପ୍ରବେଶ କରିପାରେନାହିଁ | ଗିଲୋୟ ମଧ୍ୟ ସଂକ୍ରମଣ ହେବାରେ ରୋକିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.