କଟକରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍, କହିଲେ- ଭର୍ତ୍ତୃହରି ବହୁ ଆଗରୁ ଦଳରେ ନ ଥିଲେ

Published By : Prameya-News7 Bureau | May 22, 2024 IST

କଟକ: କଟକରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ବିରୋଧୀ ମିଛ କହୁଛନ୍ତି । କଟକରେ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ନବୀନଙ୍କ ସୁପରିଚାଳନା ପାଇଁ ଆମେ କୋଭିଡର ମୁକାବିଲା କରି ପାରିଛନ୍ତି । ଏହି ସମୟରେ ଭର୍ତ୍ତୃ୍ହରିଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ପାଣ୍ଡିଆନ । 

ବିରୋଧୀ ମିଛ କହୁଛନ୍ତି, ସେମାନଙ୍କୁ ଭରସା ନକରିବା ପାଇଁ ଆଜି କଟକ ବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲିଯାତ୍ରା ପଡିଆରେ ଆଜି କଟକ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଆୟୋଜନ କରିଥିଲା ନିର୍ବାଚନୀ ସଭା। ଯେଉଁଥିରେ ପ୍ରାୟ ୩୦ ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଛନ୍ତି। ତେବେ ଆଜିର ନିର୍ବାଚନୀ ସଭାରେ ନବୀନ ବିରୋଧୀଙ୍କୁ ଟାର୍ଗେଟ କରିଥିବା ବେଲେ 5 ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନିବୀନଙ୍କ ଲାଗି ଭର୍ତ୍ତୃହରି ଛଅ ଥର ଏମପି ହୋଇଥିଲେ ସୁଦ୍ଧା ସେ ବହୁ ଆଗରୁ ଦଳ ଠାରୁ ଅଲଗା ହୋଇଯାଇଥିଲେ। ତେବେ ରାଜ୍ୟରେ ବିଜେଡି ସରକାର ହେଲେ ମଧ୍ୟବିତ୍ତ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି କହିଛନ୍ତି ପାଣ୍ଡିଆନ।

Also read: ମହିଳାଙ୍କୁ ବିଜେପି କର୍ମୀଙ୍କ ମାଡ଼ ଅଭିଯୋଗ, ଥାନାରେ ଶତାଧିକ ମହିଳାଙ୍କ ପ୍ରତିବାଦ

ପାଣ୍ଡିଆନ କହିଛନ୍ତି ଭର୍ତ୍ତୃହରି ବହୁ ଆଗରୁ ଦଳରେ ନଥିଲେ। । ଏବେ କେବଳ ଦଳ ବାହାରି ଯାଇଛନ୍ତି।  ମଧ୍ୟବିତ୍ତଙ୍କ ପାଇଁ ବି ଏସ କେ ୱାଇ ଲାଗୁ ହେବ। ଘର ନିର୍ମାଣ ପାଇଁ କମ ସୁଧରେ ଋଣ ପାଇବେ। କମ ସୁଧରେ ଏଜୁକେସନ ଋଣ ମିଳିବ। ମିଶନ ଶକ୍ତି ମା ମାନଙ୍କୁ ଭତ୍ତା ବୋଲି ପାଣ୍ଡିଆନ କହିଛନ୍ତି। 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.