Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗ, ପିଇଓ ଓ ଜିଆରଏସଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଲୋକେ

16/09/2020 at 7:15 PM

ପାଟଣା,୧୬ ।୦୯:   କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ପ୍ରତିବାଦ ଓ ଜିଆରଏସଙ୍କ ମନମୁଖି କାର୍ଯ୍ୟକୁ ନେଇ ଦେଖାଯାଇଛି ଅସନ୍ତୋଷ ।ଏନେଇ ସାହାରପଡା ବିଡ଼ିଓଙ୍କ ନିକଟରେ ପଞ୍ଚାୟତର ୱାର୍ଡମେମ୍ବରମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବରଂ ଦେଖାଯାଇଥିଲା ଉତ୍ତେଜନା । ଏପରିକି ସ୍ଥାନୀୟ ଲୋକେ ଜିଆରଏସ ଏବଂ ପିଇଓଙ୍କୁ ତାଲା ପକାଇଛନ୍ତି ।

ଅଭିଯୋଗ ପରେ ତଦନ୍ତ ପାଇଁ ବ୍ଲକ କାର୍ଯ୍ୟାଳୟରୁ ସହକାରୀ ଯନ୍ତ୍ରୀ, ଏପିଓ ଦୀପକ ବେହେରା ପଞ୍ଚାୟତକୁ ଆସିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତେଜନାକୁ ଦେଖି ଘଟଣା ସ୍ଥଳରୁ ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ  ଓ ଏପିଓ ପଳାଇଥିଲେ । ତେବେ କୌଣସି ସମାଧାନ ନହେବାରୁ ଉତ୍ୟକ୍ତ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହରିହର ମହାନ୍ତ ଓ ଜିଆରଏସ୍ ଅକ୍ଷୟ ମହାନ୍ତଙ୍କୁ ତାଲା ପକାଇ ଦେଇଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

   Related Posts