ପଞ୍ଚାୟତ ନିର୍ବାଚନ: ପୁରୁଣା ଫର୍ମକୁ ଫେରିବ କି କଂଗ୍ରେସ ? ନା ଗତ ଥର ଭଳି ତୃତୀୟରେ ରହିବ

Published By : Prameya-News7 Bureau | January 21, 2022 IST

ଭୁବନେଶ୍ଵର ୨୧।୦୧: ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ସ୍ଵତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛନ୍ତି।  ବିଜେଡି ଏବଂ ବିଜେପି କି କି ରଣନୀତି ପ୍ରସ୍ତୁତ କରିଛନ୍ତି ଏ ସଂପର୍କିତ ଖବର ପୂର୍ବ ଦିନରେ ଦେଖିଛୁ। ଆଜି ଆସନ୍ତୁ ନଜର ପକାଇବା କଂଗ୍ରେସର କସରତ ଉପରେ।  କଂଗ୍ରେସ ପୁଣି ତାର ପୂର୍ବ ସ୍ଥାନକୁ ଫେରିବା ଲାଗି କି କି କୌଶଳ ରଖିଛି ନଜର ପକାଇବା।  

{"id":577415,"sizeSlug":"full","linkDestination":"none"}

ପୂର୍ବ ଗୌରବ ପୂର୍ବ ମହିମା ପଡୁନାହିଁ କିରେ ତୋର ମନୋ। ଗାଁରେ ବର୍ଷ ବର୍ଷ ଧରି ହାତ ଚିହ୍ନରେ ଭୋଟ୍ ଦେଇ ଆସୁଥିବା ବୁଢ଼ା କଂଗ୍ରେସ କର୍ମୀ ଏବେ ନେତାଙ୍କୁ ତ ଏହି ପ୍ରଶ୍ନ ପଚାରୁଛନ୍ତି। ନେତା ବି  ଆଶ୍ଵାସନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦେଖାଇ ପାରିବ କି କମାଲ। ତାର ପୁରୁଣା ଫର୍ମକୁ ଫେରି ପାରିବ କି। ନା ଗତ ଥର ପରି ୩ ଜଣଙ୍କ ଭିତରେ ନମ୍ବର ୩ ରେ ରହି ପଛରେ ପଡିଯିବ । କଂଗ୍ରେସକୁ କ୍ଷମତାରୁ ହଟାଇ ବିଜେଡି ଯେବେଠୁ କ୍ଷମତାକୁ ଆସିଲାଣି ସେବେଠୁ ଦିନକୁ ଦିନ କଂଗ୍ରେସ ତଳକୁ ତଳ ଖସି ଚାଲିଛି । ଏମିତିକି ୨୦୧୯ ସାଧାରଣ ନିର୍ବାଚନରେ ଦଳ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ରଖିପାରିଲାନି ।

{"id":577412,"sizeSlug":"full","linkDestination":"none"}

୧୭ ପଞ୍ଚାୟତ ନିର୍ବାଚନ ବେଳଠାରୁ ଏହାର ଆଭାସ ବି ମିଳି ସାରିଥିଲା । ୨୦୧୨ ରେ  ୧୨୨ ଟି ଜିଲ୍ଲା ପରିଷଦ ସିଟ୍ ହାତେଇ ଦ୍ବିତୀୟ ସ୍ଥାନରେ ରହିଥିବା କଂଗ୍ରେସ,  ଗତ ପଞ୍ଚାୟତ ନିର୍ବାଚନରେ ମାତ୍ର ୬୦ ଟି ଜିଲ୍ଲା ପରିଷଦ ଆସନ ପାଇ ୩ ନମ୍ବର ସ୍ଥାନରେ ରହିଲା। ।  ଏବେ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୨ ପଞ୍ଚାୟତ ନିର୍ବାଚନ କଂଗ୍ରେସର ଅସଲ ସ୍ଥିତିର ସଙ୍କେତ ଦେବ।

ମଙ୍ଗ ନିରଞ୍ଜନ ପଟ୍ଟନାୟକଙ୍କ ହାତରେ । ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସ ବିଧାନସଭା ନିର୍ବାଚନ ବି ଲଢ଼ିଥିଲା। ଇସ୍ତଫା କସରତ ପରେ ବି ଦଳ ତାଙ୍କୁ ପଞ୍ଚାୟତ ନିର୍ବାଚନର ଦାୟିତ୍ବ ଦେଇଛି। ସେପଟେ କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ ମଝିରେ ମଝିରେ ମୁଣ୍ଡ ଟେକୁଛି।  ଏହା ଭିତରେ ଦଳର କିଛି ଆଗଧାଡ଼ିର  ନେତା ହାତ ଛାଡ଼ି ବିଜେଡି ଓ ବିଜେପିରେ ମିଶି ଗଲେଣି । ତେଣୁ ଦଳୀୟ କନ୍ଦଳରୁ ଉର୍ଦ୍ଧକୁ ଉଠି କର୍ମିଙ୍କୁ ଚଳଚଞ୍ଚଳ କରିବା ଏବେ ଦଳ ମୁଣ୍ଡିଆଳଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ତେବେ ଏହି ନିର୍ବାଚନ ପାଇଁ କଂଗ୍ରେସ ୨୦ ଜଣିଆ କମିଟି ଗଠନ କରିଛି । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ଏହି କମିଟି ସହିତ ରଣନୀତି ବାବଦରେ ଆଲୋଚନା କରିବେ।

{"id":577413,"sizeSlug":"full","linkDestination":"none"}

ରାଜନୈତିକ ପ୍ରସଙ୍ଗ ଦୃଷ୍ଟିରୁ ଉଭୟ ବିଜେଡି ଓ ବିଜେପିକୁ ଘେରିବା ଲାଗି କଂଗ୍ରେସ ଏକ ଭଲ ସ୍ଥିତିରେ ଅଛି । ରାଜ୍ୟରେ ବିଜେଡି ସରକାରର ବିଫଳତା ଏବଂ କେନ୍ଦ୍ରର ବିଜେପି ସରକାରର ଅଣଦେଖା ପ୍ରସଙ୍ଗକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଇ ପାରିବ ଦଳ । ଏହାସହ ପ୍ରତି ପଞ୍ଚାୟତରେ କଂଗ୍ରେସର କର୍ମୀ ଥିବାରୁ ଦଳ ଲୋକଙ୍କ ପାଖରେ ପହଁଚିବାରେ ଅସୁବିଧା ନାହିଁ । କେବଳ ଯାହା ଭୋଟରଙ୍କୁ ସାଉଁଟି ପାରିଲେ ହେଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.