ଇସଲାମାବାଦରେ ଭାରତୀୟ ହାଇକମିଶନରଙ୍କ ଇଫତାର ପାର୍ଟିରେ ଅତିଥିଙ୍କ ସହ ଦୁର୍ବ୍ୟବହାର କଲେ ପାକିସ୍ତାନ ସୁରକ୍ଷାକର୍ମୀ

Published By : Prameya-News7 Bureau | June 02, 2019 IST

ଇସଲାମାବାଦ ୨|୬: ପାକିସ୍ତାନର ଇସଲାମାବାଦରେ ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ଦିଆଯାଇଥିବା ଇଫତାର ପାର୍ଟିରେ ଅତିଥି ମାନଙ୍କ ସହ ଦୁର୍ବ୍ୟବହାର କଲେ ପାକିସ୍ତାନ ସୁରକ୍ଷାକର୍ମୀ। ଏପରିକି ଅତିଥିମାନଙ୍କୁ ଭାରତୀୟ ହାଇକମିଶନରଙ୍କ ଇଫତାର ପାର୍ଟିରେ ଯୋଗ ନଦେବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା। ଏହି ଇଫତାର ପାର୍ଟିରେ ଯୋଗଦେବାକୁ ଯାଉଥିବା ଅତିଥିମାନଙ୍କ ମଧ୍ୟରୁ ଅନେକଙ୍କୁ ଫେରିଯିବାକୁ ବାଧ୍ୟ କରିଥିଲେ ପାକ୍  ସୁରକ୍ଷାକର୍ମୀ। ଇସଲାମାବାଦର ହୋଟେଲ ସେରେନାରେ ଏହି ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା।

ତେବେ ପାକିସ୍ତାନରେ ଭାରତୀୟ ହାଇକମିଶନର ଅଜୟ ବିସାରିୟା ନିମନ୍ତ୍ରିତ ହୋଇ ଫେରିଯାଇଥିବା ଅତିଥିମାନଙ୍କୁ କ୍ଷମା ମାଗିଛନ୍ତି। ପାକିସ୍ତାନର ସୁରକ୍ଷା ଏଜେନ୍ ସୀ ଗୁଡ଼ିକର ଏପରି ହରକତ ଦୁଃଖଦାୟକ ଏବଂ ଏହାଦ୍ବାରା ଭାରତ-ପାକିସ୍ତାନ ସଂପର୍କ ଆହୁରି ଖରାପ ହେବ ବୋଲି ସେ କହିଛନ୍ତି। ଭାରତରେ ମୋଦି ସରକାର ଆସିବା ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଭିନନ୍ଦନ ଜଣାଇବା ପାଇଁ ମୋଦିଙ୍କୁ ଫୋନ୍  କରିଥିବା ବେଳେ ମୋଦି ତାଙ୍କୁ ଆତଙ୍କବାଦ ଦମନ ପାଇଁ ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.