Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ଘଟଣାକୁ ନେଇ ଚାଲିଗଲା ୮ ନିରୀହ ଜୀବନ

8/03/2019 at 12:46 PM

କୋହିସ୍ଥାନ ୮/୩ : ୨୦୧୨ ମସିହାରେ ପାକିସ୍ତାନରେ ୫ ଜଣ ଆଦିବାସୀ ଯୁବତୀ ଏକ ବିବାହ ଉତ୍ସବରେ ଗୀତ ଗାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା | ସ୍ଥାନୀୟ ଜନଜାତି ସମ୍ପ୍ରଦାୟ ପରିଷଦ ଏହି ଗୀତ ଗାଉଥିବା ଭିଡିଓକୁ ନିଜ ପରମ୍ପରା ବିରୋଧୀ କହି ଯୁବତୀମାନଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଇଥିଲା | ଜନଜାତିର ଜଣେ ଯୁବକ ମଧ୍ୟ ଏହି ଭାଇରାଲ ଭିଡିଓରେ ଥିଲେ | ଅଫଜଲ ନାମକ ଏହି ଯୁବକ ଅନର କିଲିଂ ମାମଲାର ପର୍ଦାଫାଶ କରିଥିଲେ | ବୁଧବାର ଦିନ ଅଫଜଲଙ୍କୁ ଗୁଳି କରି ହତ୍ୟା କରାଯାଇଛି |


ଅଫଜଲ କୋହିସ୍ତାନୀଙ୍କୁ ଏବଟାବାଦରେ ଗୁଳି କରି ହତ୍ୟା କରାଯାଇଥିଲା | ଏବଟାବାଦରେ ହିଁ ଆତଙ୍କବାଦୀ ଓସାମା ବିନ ଲାଡେନକୁ ମଧ୍ୟ ଆମେରିକା ହତ୍ୟା କରିଥିଲା | ସୂଚନା ଅନୁଯାୟୀ ଅଫଜଲଙ୍କୁ ବୁଧବାର ରାତି ୮ଟା ବେଳେ କିଛି ଅଜଣା ଲୋକେ ଗୁଳି କରି ହତ୍ୟା କରିଥିଲେ | ଅଫଜଲଙ୍କୁ ଅନେକ ଗୁଳି କରାଯାଇଥିଲା | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ |


୨୦୧୨ ମସିହାରେ ୫ ଜଣ ଯୁବତୀଙ୍କ ସହ ଗୀତ ଗାଉଥିବା ଭିଡିଓ ଭାଇରାଲ ହେବାପରେ ଅଫଜଲ ପାକିସ୍ତାନରେ ଲୋକପ୍ରିୟ ହୋଇଯାଇଥିଲେ | ସେହି ଭିଡିଓ ପାକିସ୍ତାନର ଏକ ନିହାତି ପଛୁଆ ଅଂଚଳ କୋହିସ୍ଥାନର ଏକ ଗାଁର ଥିଲା | ଭିଡିଓ ଭାଇରାଲ ହେବାପରେ ଗାଁ ପଂଚାୟତରେ ଏକ ସଭା ବସିଥିଲା | ଭିଡିଓରେ ଗୀତ ଗାଉଥିବା ମହିଳା ଏବଂ ପୁରୁଷଙ୍କୁ ହତ୍ୟା କରିବା ପାଇଁ ସଭାରେ ଆଦେଶ ଦିଆଯାଇଥିଲା | ଏହାପରେ ୨ଜଣ ମହିଳାଙ୍କୁ କଏଦ କରାଯାଇଥିଲା | ଏହି ୨ ମହିଳାଙ୍କୁ ହତ୍ୟା କରାଯିବ ପୂର୍ବରୁ ପାଖାପାଖି ମାସେ ପର୍ଯ୍ୟନ୍ତ ନିର୍ଯ୍ୟାତନା ଦିଆଯାଇଥିଲା | ୨୦୧୨ ମସିହା ମେ ୩୦ ତାରିଖରେ ମହିଳାମାନଙ୍କୁ ହତ୍ୟା କରାଯାଇଥିଲା |


ଏକ ଇଣ୍ଟରଭିୟୁରେ ଅଫଜଲ କହିଥିଲେ ଯେ, ଭିଡିଓରେ ମହିଳାମାନେ ମୁଣ୍ଡରେ ଓଢଣା ଡିକେବଳ ତାଳି ବଜାଉଥିବା ହିଁ ଦେଖିବାକୁ ମିଳିବ | କିଛି ଯୁବକ ନାଚୁଥିଲେ | ଯଦି କୌଣସି ଯୁବତୀ ନାଁରେ ବଦନାମୀ ହୁଏ ତାହେଲେ ସେହି ଯୁବତୀକୁ ହତ୍ୟା କରିବା ପାଇଁ ପଂଚାୟତ ଆଦେଶ ଦେଇଥାଏ | ଅଫଜଲ କୋହିସ୍ତାନୀଙ୍କ ଅଭିଯୋଗ ପରେ ପାକିସ୍ତାନରେ ହଂଗାମା ସୃଷ୍ଟି ହୋଇଥିଲା | ୨୦୧୨ ମସିହା ଜୁନ ମାସରେ ପାକିସ୍ତାନର ତତ୍କାଳୀନ ମୁଖ୍ୟ ବିଚାରପତି ଇଫତିକାର ଚୌଧୁରୀ ଏହି ମାମଲାର ଯାଞ୍ଚ ପାଇଁ ଏକ ଦଳ ଗଠନ କରିବା ପାଇଁ ଆଦେଶ ଦେଇଥିଲେ |


୨୦୧୩ ମସିହା ଜାନୁଆରୀ ମାସରେ ଅଫଜଲଙ୍କ ୩ ଭାଇଙ୍କୁ ହତ୍ୟା କରିଦିଆଯାଇଥିଲା | ପାକିସ୍ତାନର ଖବରକାଗଜ ଡନ ଅନୁଯାୟୀ, ଯେଉଁ ଜନଜାତି ସମ୍ପ୍ରଦାୟ ୫ ଜଣ ମହିଳାଙ୍କୁ ହତ୍ୟା ଆଦେଶ ଦେଇଥିଲା ସେହି ସମ୍ପ୍ରଦାୟ ଅଫଜଲଙ୍କ ଭାଇମାନଙ୍କୁ ହତ୍ୟା କରିଥିଲା | ଅଫଜଲଙ୍କୁ ପଚାର ଯାଇଥିଲା ଯେ, ମହିଳାମାନଙ୍କ ଘରଲୋକ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ କି ? ଜବାବରେ ଅଫଜଲ କହିଥିଲେ ଯେ, ତାଙ୍କ ଘରଲୋକେ ମଧ୍ୟ ସେମାନଙ୍କ ହତ୍ୟା ସପକ୍ଷରେ ଥିଲେ |


୨୦୧୨ ମସିହାରେ ଗଠନ ହୋଇଥିବା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି କୋହିସ୍ଥାନ ଭିଡିଓ ଉପରେ ନିଜର ରିପୋର୍ଟ ପ୍ରଦାନ କରିଥିଲେ | କମିଟି ରିପୋର୍ଟରେ ଦର୍ଶାଇଥିଲା ଯେ, ଭାଇରାଲ ଭିଡିଓରେ ଥିବା ମହିଳାମାନେ ଜୀବିତ ଅଛନ୍ତି | କିନ୍ତୁ ଏହି ରିପୋର୍ଟରେ କମିଟିର ଜଣେ ସଦସ୍ୟ ଏବଂ ଏକ୍ଟିଭିଷ୍ଟ ସନ୍ତୁଷ୍ଟ ନଥିଲେ | ସେ କହିବାନୁଯାୟୀ କମିଟି ପେଶ ହୋଇଥିବା ମହିଳାମାନେ ଭିଡିଓରେ ଥିବା ମହିଳା ନୁହନ୍ତି | ସେ କହିଥିଲେ ଯେ, ହତ୍ୟାକାରୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି |

   Related Posts