Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଫଗାନିସ୍ତାନକୁ ନେଇ ନୂଆ ଚାଲ୍‌ ଚଳାଇଛି ପାକିସ୍ତାନ ! ଋଷ, ଚୀନ ସମେତ ଅନେକ ଦେଶ ସହ ISI ମୁଖ୍ୟଙ୍କ ଗୁପ୍ତ ବୈଠକ

12/09/2021 at 11:14 AM

କାବୁଲ ୧୨/୦୯ : ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିନେବା ପରେ, ପାକିସ୍ତାନ ଲଗାତାର ଭା​‌ବେ ନଜର ରଖିଛି । ତାଲିବାନକୁ ନିଜ ହାତ ମୁଠାରେ ରଖିବାକୁ ଭରପୁର ପ୍ରୟାସ ଜାରିରଖିଛି ପାକିସ୍ତାନ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିନେବା ପରେ ତାଲିବାନ ସପକ୍ଷରେ ବୟାନ ଦେଉଛି ପାକିସ୍ତାନ । ଏବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଫୈଜ ହମୀଦ ଚୀନ ସମେତ ଅନ୍ୟ କିଛି ଦେଶର ଗୁଇନ୍ଦା ମୁଖ୍ୟଙ୍କ ସହିତ ଗୁପ୍ତରେ ଆଲୋଚନା କରିଥିବା ସୂଚନା ମିଳିଛି ।

ଦି ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ର ରିପୋର୍ଟ ଅନୁସାରେ, ISI ମୁଖ୍ୟ ଫୈଜ ହମୀଦ ଇସଲାମାବାଦରେ ଚୀନ, ଇରାନ, ଉଜବେକିସ୍ତାନ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନର ଗୁଇନ୍ଦା ପ୍ରମୁଖଙ୍କ ସହିତ ଆଫଗାନିସ୍ତାନ ମୁଦ୍ଦାକୁ ନେଇ ଚର୍ଚ୍ଚା କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠୁଛି ଯେ, ଆଫଗାନିସ୍ତାନ ସ୍ଥିତିକୁ ମୁଦ୍ଦା କରି ପାକିସ୍ତାନ କିଛି ନୂଆ ଚାଲ୍‌ କରୁନି ତ?

ବୈଠକକୁ ନେଇ କୌଣସି ଦେଶ କିଛି ସୂଚନା ଦେଇନଥିବା ବେଳେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଏବଂ ପାକିସ୍ତାନର ଦବଦବା ପାଇଁ ପ୍ଲାନ୍‌ ପ୍ରସ୍ତୁତ କରୁଥାଇପାରେ ବୋଲି କୁହାଯାଉଛି । ବୈଠକରେ ଚୀନ, ଋଷ, ଇରାନ, ତାଜିକସ୍ତାନ, କାଜକିସ୍ତାନ, ତୁର୍କମେନିସ୍ତାନ ଯୋଗ ଦେଇଥିବା ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଆଇଏସ୍‌ଆଇ ମୁଖ୍ୟ ଶୈଫ୍‌ ହମୀଦ କିଛିଦିନ ପୂର୍ବରୁ ଆଫଗାନିସ୍ତାନ ଗସ୍ତ କରିଥିଲେ । ସେଠାରେ ତାଲିବାନର ବିଭିନ୍ନ ନେତାଙ୍କ ସହିତ ଆଲୋଚନା କରିଥିଲେ । ଏହାର କିଛି ଦିନ ପରେ ତାଲିବାନ ନୂଆ ସରକାର ଘୋଷଣା କରିଥିଲା । ସେପଟେ ମନ୍ତ୍ରୀମଣ୍ଡଳ ଗଠନ ହୋଇସାରିଥିଲେ ସୁଦ୍ଧା ଶପଥଗ୍ରହଣ ଉତ୍ସବକୁ ବାତିଲ କରିଦେଇଛି ତାଲିବାନ । ଅଯଥା ଖର୍ଚ୍ଚାନ୍ତକୁ ଏଡାଇବାକୁ ଏଭଳି କରିଥିବା କହିଥିଲା ତାଲିବାନ । ପୂର୍ବରୁ ଶୁଣାଯାଉଥିଲା ଯେ, ୯/୧୧ରେ ହେବାରଥିଲା ତାଲିବାନ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । କିନ୍ତୁ ଆମେରିକା ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୂରଣ ହେଉଥିବାରୁ ନିଷ୍ପତ୍ତି ବଦଳାଇଥିଲା ତାଲିବାନ ସରକାର ।

   Related Posts