ପାକିସ୍ତାନରେ ଓକିଲ ରକ୍ତମୁଖା – ଡାକ୍ତରଖାନାରେ ଭଙ୍ଗାରୁଜା କରିବାରୁ ୧୦ ରୋଗୀଙ୍କର ମୃତ୍ୟୁ

Published By : Prameya-News7 Bureau | December 12, 2019 IST

ଲାହୋର୧୨।୧୨- ପାକିସ୍ତାନରେ ଓକିଲଙ୍କ ସଂଘବଦ୍ଧ ଆକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସହ ପାକିସ୍ତାନ ବାର ସଂଘ ପକ୍ଷରୁ ଏହାର ତଦନ୍ତ ହେବ । ଗତକାଲି ଓକିଲମାନେ ଲାହୋରର ଏକ ଡାକ୍ତରଖାନାରେ ଆକ୍ରମଣ କରିଥିଲେ । ଏଥିରେ ୧୦ ରୁ ଅଧିକ ରୋଗୀ ଓ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା । ରକ୍ତମୁଖା ଓକିଲମାନେ ହସପିଟାଲର ଆଇସିୟୁରେ ଚିକିତ୍ସିତ ରୋଗୀଙ୍କୁ ମଧ୍ୟ ଛାଡି ନଥିଲେ । ପାକିସ୍ତାନ ଗଣମାଧ୍ୟମର ସୁଚନା ଅନୁସାରେ ଓକିଲମାନେ ବନ୍ଧୁକ ଧରି ଆକ୍ରମଣ କରିଥିଲେ ।

ଗତ କିଛି ଦିନ ଧରି ବିଭିନ୍ନ ଦାବି ନେଇ ଓକିଲମାନେ ଆନ୍ଦୋଳନ କରି ଆସୁଥିଲେ । ଏହି ଆନ୍ଦୋଳନ ବେଳେ ଡାକ୍ତରଙ୍କ ସହ ସେମାନଙ୍କ ବିବାଦ ଦେଖାଦେଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଓକିଲଙ୍କ ଆକ୍ରମଣ । ଏପରିକି ୧୦ ରୁ ଅଧିକ ରୋଗୀ ଓ ଡାକ୍ତରଙ୍କ ମୃତ୍ୟୁ ପରେ ମଧ୍ୟ ଓକିଲଙ୍କ ମଧ୍ୟରେ ଅନୁଶୋଚନା ଦେଖିବାକୁ ମିଳି ନଥିଲା। ସେମାନେ ସାମାଜିକ ଗଣମାଧ୍ୟମରେ ଆକ୍ରମଣ ପରେ କରିଥିବା ବିଜୟ ଉତ୍ସବର ଭିଜୁଆଲ ମଧ୍ୟ ଅପଲୋଡ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.