୭୪ ବର୍ଷ ପରେ କରତାରପୁର କରିଡରରେ ମିଶିଥିଲେ ଦୁଇ ଭାଇ, ଏବେ ପରିବାରକୁ ଭେଟିବା ପାଇଁ ପାକିସ୍ତାନ ଯିବେ ଶିକା ଖାନ

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ, ୨୮/୦୧: ବିଭାଜନରୁ ଅଲଗା ହୋଇଥିଲେ ଦୁଇ ଭାଇ।  ୭୪ ବର୍ଷ ପୂର୍ବେ ପରେ ଜାନୁଆରୀ ୧୦ ତାରିଖରେ ପାକିସ୍ତାନ ସ୍ଥିତି ଗୁରୁଦ୍ୱାର ଶ୍ରୀ କରତାରପୁର ସାହିବରେ ଦୁଇଙ୍କ ମିଳନ ହୋଇଥିଲା। ଏବେ ଭାରତରେ ରହୁଥିବା ଶିକା ଖାନ ପାକିସ୍ତାନରେ ଥିବା ନିଜ ପରିବାର ଲୋକଙ୍କୁ ଭେଟିବାକୁ ଯିବେ । ଶିକା ଖାନଙ୍କୁ ପାକିସ୍ତାନ ଭିସା ଦିଆଯାଇଥିବା ପାକିସ୍ତାନ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇ କମିଶନ ଟ୍ୱଟି କହିଛି, ଶିକା ଖାନଙ୍କୁ ପାକିସ୍ତାନରେ ନିଜର ଭାଇ ମୋହମ୍ମଦ ସଦୀକ ଏବଂ ପରିବାର ଅନ୍ୟ ଲୋକଙ୍କୁ ଭେଟିବା ପାଇଁ ଭିସା ପ୍ରଦାନ କରାଯାଇଛି। ୧୯୪୭ ବିଭାଜନରେ ଅଲଗା ହୋଇଥିବା ଦୁଇ ଭାଇ ନିକଟରେ କରତାରପୁର ସାହିବ କରଡରରେ ଭେଟିଥିଲେ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଶିକା ଖାନ ନିଜ ଭାଇଙ୍କୁ ଭେଟିବା ପରେ କହିଥିଲେ, ମିଳନ ପରେ ପୁଣି ବିଚ୍ଛେଦର ଦୁଃଖ ପୂର୍ବଠାରୁ ଅଧିକ । ଏହାସହ ସେ କହିଥିଲେ, ନିଜର ପରିବାରକୁ ଭେଟିବା ପାଇଁ ସେ ଶୀଘ୍ର ପାକିସ୍ତାନ ଯିବେ। ରିପୋର୍ଟ ଅନୁସାରେ, ନିଜର ବଳକା ଜୀବନ ଭାଇଙ୍କ ସହ ବିତାଇବାକୁ ଚାହୁଁଥିବା ସୀକା କରିଥିଲେ। କରତାରପୁରେ ଦୁଇ ଭାଇଙ୍କ ମିଳନର ସେହି ମୂହୂର୍ତ୍ତ ସମସ୍ତଙ୍କୁ ଭାବୁକ କରିଥିଲା। ଏହାସହ ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.