Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଇମରାନ ଖାନଙ୍କ ମନ୍ତ୍ରୀ ଦେଲେ ଚେତାବନୀ : ଭାରତର ବନ୍ଧୁରାଷ୍ଟ୍ର ଉପରେ ମଧ୍ୟ ହେବ ଆକ୍ରମଣ

31/10/2019 at 1:37 PM

ଇସଲାମାବାଦ ୩୧/୧୦: ପାକିସ୍ତାନ ପୁଣି ଥରେ ପରମାଣୁ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଛି। ପାକିସ୍ତାନରେ ଇମରାନ ଖାନ୍ ସରକାରର ଜଣେ ମନ୍ତ୍ରୀ ଭାରତକୁ ପୁଣି ଥରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। ଏହା ସହିତ କହିଛନ୍ତି ଯେ ଯେଉଁ ଦେଶ କାଶ୍ମୀର ମୁଦ୍ଦାରେ ଭାରତକୁ ସମର୍ଥନ କରିବ ସେହି ଦେଶକୁ ପାକିସ୍ତାନ କ୍ଷେପଣାସ୍ତ୍ର ଯୋଗେ ଆକ୍ରମଣ କରିବ,କେବଳ ଏତିକି ନୁହେଁ ସେହି ଦେଶକୁ ପାକିସ୍ତାନର ଶତ୍ରୃ ଦେଶ ବୋଲି ଗଣାଯିବ।

କାଶ୍ମୀର ଏବଂ ଗିଲଗିତ-ବାଲ୍ଟିସ୍ତାନ ମାମଲାର ମନ୍ତ୍ରୀ ଅଲି ଜମିନ ଗଣ୍ଡାପୁର ଗତ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି,‘ ଯଦି ଭାରତ ସହ କାଶ୍ମୀରକୁ ନେଇ ବିବାଦ ବଢ଼ୁଛି ତେବେ ପାକିସ୍ତାନ ଯୁଦ୍ଧ ପାଇଁ ବାଧ୍ୟ ହେବ। ଏହା ସହିତ ପାକିସ୍ତାନୀ ମନ୍ତ୍ରୀ କହିଛନ୍ତି ଯେ ଯେଉଁ ଦେଶ କାଶ୍ମୀର ମୁଦ୍ଦାରେ ପାକିସ୍ତାନ ବଦଳରେ ଭାରତକୁ ସମର୍ଥନ କରିବ ସେହି ଦେଶକୁ ମଧ୍ୟ ଶତ୍ରୃ ଗଣାଯିବ। ସେହି ଦେଶରେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରାଯିବ।’

ପାକିସ୍ତାନର ସାମ୍ବାଦିକା ନାୟଲା ଇନାୟଲ ଏହି ମନ୍ତ୍ରୀଙ୍କ ବିବାଦୀୟ ଭାଷଣର ଏକ ଭାଗ ଟ୍ବିଟ୍ କରିଛନ୍ତି।

   Related Posts