ନିର୍ବାଚନ ମୈଦାନରେ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପୁତ୍ରବଧୂ, କଂଗ୍ରେସ ଟିକେଟ୍‌ରେ ଦାଖଲ କଲେ ନାମାଙ୍କନ

Published By : Prameya-News7 Bureau | January 21, 2022 IST

କେନ୍ଦୁଝର ୨୧।୧: ରାଜନୀତିରେ ପ୍ରବେଶ କଲେ ଜଳ ପୁରୁଷ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ପୁତ୍ରବଧୂ ରଙ୍ଗବତୀ ନାଏକ । କେନ୍ଦୁଝର ବାଂଶପାଳ ବ୍ଲକ ୨୫ନଂ ଜିଲ୍ଲା ପରିଷଦ ଜୋନରୁ କଂଗ୍ରେସ ଟିକଟରେ ନାମାଙ୍କନ ପତ୍ର କଲେ ଦାଖଲ । ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ଦୈତାରି ନାଏକ । ଦେଶର ସ୍ବାଧୀନତାରେ କଂଗ୍ରେସ ଦଳର ଉଲ୍ଲେଖନୀୟ ଅବଦାନ ଥିବା ବେଳେ କଂଗ୍ରେସ ଗରିବ ଆଦିବାସୀଙ୍କ ସାଥି । କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପରିବାର କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଦୈତାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.