ସ୍କୁଲ ନାହିଁ ତ ଭୋଟ୍ ନାହିଁ : ମତଦାନ ନ କରିବାକୁ ନିଷ୍ପତ୍ତି ନେଲେ ଜଡ଼ାମୁଣ୍ଡା ଗ୍ରାମବାସୀ

Published By : Prameya-News7 Bureau | January 26, 2022 IST

ପଦ୍ମପୁର ୨୬/୦୧:  ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗ୍ରାମରେ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ହେଲେ ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ଦେଇଛନ୍ତି । ଆଦିବାସୀ ବହୁଳ ଗ୍ରାମରେ ସମସ୍ତେ ଖଟିଖିଆ ଦିନ ମଜୁରିଆ ଅଟନ୍ତି । ଏହା ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଟେ । ଯେଉଁଠାରେ କି ଜଙ୍ଗଲରୁ ବିଭିନ୍ନ ପ୍ରକାର ଜନ୍ତୁ ଚାଲି ଆସିଥାନ୍ତି । ଏପରିକି ଦନ୍ତା ହାତୀ ଚଲାପଥ ରାସ୍ତା ମଧ୍ୟ ଏଠାରେ ରହିଛି ।  

ସେମାନେ ସ୍କୁଲ ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ ଓ  ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।  ସରକାର ଉଚ୍ଛେଦ କରିଥିବା ଜଡ଼ାମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗାଁ ଲୋକେ । ଆହୁରି ମଧ୍ୟ ଗାଁ ମୁଣ୍ଡରେ ଭୋଟ ବର୍ଜନର ପୋଷ୍ଟର ଲଗାଇ ପ୍ରତିବାଦ କରୁଛନ୍ତି ।ଏହା ସହ ଗାଁର ଶିକ୍ଷିତ ବୃଦ୍ଧମାନେ ସିଧାସଳଖ ଭାବେ ପ୍ରଶାସନର ଏପରି ଯୋଜନାକୁ ନିନ୍ଦା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.