କର୍ମଚାରୀଙ୍କ ଦରମାର ୨୫ ପ୍ରତିଶତ ହ୍ରାସ କଲା ଓୟୋ : କିଛି କର୍ମଚାରୀଙ୍କୁ ଦେଲା ଛୁଟି

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩/୦୪ ; ପୁରା ଦେଶ ବର୍ତ୍ତମାନ କରୋନା ସଙ୍କଟ ଦେଇ ଗତି କରୁଛି | ହୋଟେଲ କମ୍ପାନୀ ଓୟୋ ମଧ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଏହିଭଳି ସ୍ଥିତିରେ ଓୟୋ କର୍ମଚାରୀଙ୍କୁ ଏକ ବଡ ଝଟକା ଲାଗିଛି | କମ୍ପାନୀ ୪ ମାସ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଦରମାର ୨୫ ପ୍ରତିଶତ ହ୍ରାସ କରିଛି | ଆଉ କିଛି କର୍ମଚାରୀଙ୍କୁ ସୀମିତ ଲାଭ ସହ ଛୁଟିରେ ପଠାଇ ଦେଇଛି | ଓୟୋ ସିଇଓ ରୋହିତ ଅଗ୍ରୱାଲ କର୍ମଚାରୀଙ୍କୁ ଇ-ମେଲ ଯୋଗେ ସୂଚନା ଦେଇଛନ୍ତି | ସେ ମେଲ କରିଛନ୍ତି ଯେ, କମ୍ପାନୀ ଭାରତରେ କର୍ମଚାରୀଙ୍କ ଦରମାର ୨୫ ପ୍ରତିଶତ ହ୍ରାସ କରିବ | ବର୍ଷକୁ ୫ ଲକ୍ଷରୁ କମ ଦରମା ପାଉଥିବା କର୍ମଚାରୀଙ୍କ ଦରମା କାଟ ହେବନାହିଁ | ମେଲରେ କୁହାଯାଇଛି ଯେ କମ୍ପାନୀର କିଛି କର୍ମଚାରୀଙ୍କୁ ମେ ୪ ତାରିଖରୁ ୪ ମାସ ପାଇଁ ଛୁଟିରେ ପଠାଇ ଦିଆଯିବ | ଏହି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ବୀମା, ପିତୃ ବୀମା, ସ୍କୁଲ ଫିସ ପରିଶୋଧ ସୁବିଧା ଜାରି ରହିବ |

{"id":258671,"width":582,"height":326,"sizeSlug":"large"}

କମ୍ପାନୀ କର୍ମଚାରୀଙ୍କୁ ଆଶ୍ୱାସନା ଦେଇଛି ଯେ, ଯଦି କୌଣସି କର୍ମଚାରୀଙ୍କ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜେ ତାହେଲେ ସ୍ୱାସ୍ଥ୍ୟ ବୀମା ଛଡା ଅନ୍ୟ ସାହାଯ୍ୟ ମଧ୍ୟ କରାଯିବ | କରୋନା ଯୋଗୁଁ ଯାତାୟାତ ବନ୍ଦ ଥିବାରୁ ଏପ୍ରିଲ ମାସ ଆରମ୍ଭରୁ ନିଜର ହଜାର ହଜାର ଅନ୍ତରାଷ୍ଟ୍ରୀୟ କର୍ମଚାରୀଙ୍କ ଛୁଟି ପରେ ଏହିଭଳି ପଦକ୍ଷେପ ନେଇଛି | କାରଣ ଯାତ୍ରା ବନ୍ଦ ହେବାର ସବୁଠାରୁ ଖରାପ ପ୍ରଭାବ ଆତିଥ୍ୟ ବିଭାଗ ଅର୍ଥାତ ହୋଟେଲ ବ୍ୟବସାୟ ଉପରେ ପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.