ଓଆରଏଚଡିସି ଦୁର୍ନୀତି ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ଆଶିଷ ନାୟକ

Published By : Prameya-News7 Bureau | August 04, 2018 IST

ବହୁ ଚର୍ଚ୍ଚିତ ଓଆରଏଚଡିସି ଦୁର୍ନୀତି ମାମଲାରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ମଞ୍ଚର ସଂପାଦକ ଆଶିଷ ନାୟକ । ଆତ୍ମସମର୍ପଣ ପରେ ପୁଲିସ ତାଙ୍କୁ ଗିରଫ କରିଛି । ଏ ମାମଲାରେ ଅନ୍ୟ ଅଭିଯୁକ୍ତ ଚିତ୍ତ ମଲ୍ଲିକ, ପ୍ରଦୀପ ରାଉତ ଓ ପିସି ଦାସଙ୍କୁ ଆସନ୍ତା ୧୦ତାରିଖ ମଧ୍ୟରେ ହାଜର ହେବା ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏହି ଦୁର୍ନୀତିରେ ଅନ୍ୟତମ ଅଭିଯୁକ୍ତ ଆଇଏଏସ ବିନୋଦ କୁମାର ଆଜି ଗୋଟିଏ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । ଏହି ଦୁର୍ନୀତି ଘଟଣାରେ ଆଠଟି ମାମଲା ହୋଇଥିବାବେଳେ ଗୋଟିଏରେ ବିନୋଦ କୁମାର ହାଜିରା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.