ଟିଭି ଦେଖାରେ ମଜ୍ଜି ଯାଇଥିଲେ ପରିବାର ଲୋକ, ଏପଟେ ପାଣିକୁଣ୍ଡରେ ପଡ଼ି ଚାଲିଗଲା ଶିଶୁପୁତ୍ରର ଜୀବନ

Published By : Prameya-News7 Bureau | May 08, 2021 IST

ତେଲକୋଇ, ୦୮/୦୫: ତେଲକୋଇ ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେହି ଗ୍ରାମର ନିରଞ୍ଜନ ମହାନ୍ତଙ୍କ ଏକବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶଙ୍କର ପାଣି ହାଣ୍ଡିରେ ବୁଡି ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଦିନ୨ଟା ବେଳକୁ ଘରେ ସମସ୍ତେ ଟିଭି ଦେଖୁଥିବା ସମୟରେ ଶିଶୁପୁତ୍ର ଜଣଙ୍କ ଘର ବାହାରେ ଖେଳୁଥିଲା । ନୂଆକରି ଚାଲିବା ଶିଖୁଥିବା ଶିଶୁଟି ବାହାରେ ବାସନ ଧୋଇବା ପାଇଁ ରଖାଯାଇଥିବା ପାଣିକୁଣ୍ଡରେ କୌଣସି କାରଣ ବସତଃ ବୁଡି ଯାଇଥିଲା । କିଛି ସମୟ ପରେ ଶିଶୁପୁତ୍ରକୁ ନପାଇ ଘର ଲୋକ ଖୋଜାଖୋଜି କରିଥିଲେ ।

ବହୁ ସମୟ ଖୋଜାଖୋଜି କରିବା ପରେ ଘର ସାମ୍ନାରେ ରଖାଯାଇଥିବା ପାଣିକୁଣ୍ଡ ଭିତରେ ଶିଶୁକୁ ଦେଖିବାକୁ ପାଇଥିଲେ । ତାକୁ ସଙ୍ଗେ ସଙ୍ଗେ କୁଣ୍ଡରୁ ଉଦ୍ଧାର କରି ପରିବାର ଲୋକେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଶିଶୁପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.