ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ, ଜଣେ ଛାତ୍ରୀ ମୃତ

Published By : Prameya-News7 Bureau | December 07, 2019 IST

ପଟ୍ଟାମୁଣ୍ଡାଇ ୭।୧୨: ସ୍କୁଲ ଅଟୋ ଦୁର୍ଘଟଣାଗ୍ରସ୍ତ । ଜଣେ ଛାତ୍ରୀଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଚନ୍ଦନଘର ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଔପଦା ସରସ୍ବତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀ ଏକ ଅଟୋକୁ ଘରକୁ ଫେରୁଥିବା ବେଳେ ଅଟୋଟି ଓଲଟିପଡିଥିଲା । ଦୁର୍ଘଟଣାରେ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଗରା ଗ୍ରାମର ଶୁଭସ୍ମିତା ସ୍ବାଇଁ । ଅନ୍ୟ ୩ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅଟୋକୁ ଜାଳି ଦେଇଛନ୍ତି ସ୍ଥାନୀୟଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.