ପୂରା ପ୍ଲେନରେ ଜଣେ ମାତ୍ର ଯାତ୍ରୀ, ନିଜ ଅନୁଭୂତି ସେୟାର କରି କହିଲେ ଏମିତି କିଛି...

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭/୦୧: ଏରୋପ୍ଲେନରେ ଯାତ୍ରା କରିବା ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଅନେକ ଚାହିଁ ବସିଥାନ୍ତି ଯେ ତାଙ୍କର ଏହି ଇଚ୍ଛା କେବେ ପୂରଣ ହେବ। କିନ୍ତୁ ଯେଉଁମାନେ ଅନେକ ସମୟରେ ପ୍ଲେନରେ ଯାତ୍ରା କରନ୍ତି ତାଙ୍କ ପାଇଁ ଏସବୁ ଖୁବ୍‌ ସାଧାରଣ ଥାଏ। କିନ୍ତୁ ବେଳେ ବେଳେ ପ୍ଲେନରେ ଗଲାବେଳେ ଏମିତି କିଛି ଅଜବ ଗଜବ ଘଟଣା ଘଟେ ଯାହା ଶୁଣି ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଥାଏ। ଆମେ ଆଜି ସେମିତି ଏକ ଯାତ୍ରା ବିଷୟରେ କହିବୁ ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

ସାଧାରଣ ପ୍ଲେନ୍ ଏକା ସଙ୍ଗେ ଅନେକ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। କିନ୍ତୁ କେବେ ଶୁଣିଛନ୍ତି ଏକୁଟିଆ ଜଣେ ସାଧାରଣ ପ୍ଲେନରେ ଏକୁଟିଆ ଯାତ୍ରା କରିବା କଥା। ଆଜ୍ଞା ହଁ ଏମିତି ଏକ ଅଜବ ଘଟଣା ଘଟିଛି, ଡର୍ବିରେ ରହୁଥିବା କାଇ ଫରସିଥଙ୍କ ସହ। ଲଣ୍ଡନରୁ ଅରଲାଣ୍ଡୋ ଉଡାଣ ଭରୁଥିବା ବ୍ରିଟିସ୍‌ ଏୟାର ଲାଇନରେ କାଇ ଏକୁଟିଆ କେବଳ କ୍ରୁ ମେମ୍ବର୍ସଙ୍କ ସହ ଯାତ୍ରା କରିଥିଲେ। ଆଠଘଣ୍ଟାର ଏହି ଯାତ୍ରାରେ କାଇ ଏକୁଟିଆ ପ୍ୟାସେଞ୍ଜର ଥିଲେ। କିନ୍ତୁ କାଇ କେବେ ଏହା ବିଶ୍ୱାସ କରି ପାରି ନଥିଲେ ଯେ, ସେ ଏକୁଟିଆ ଯାତ୍ରା କରିପାରିବେ ବୋଲି।

ଏବେ ଏହି ଖବରକୁ ନେଇ ସବୁଠି ଚର୍ଚ୍ଚା। ଏହି ଚିତାକର୍ଷକ ଯାତ୍ରା ବିଷୟରେ କାଇ ନିଜ ଟିକଟକ୍‌ ଆକାଉଣ୍ଟରେ ସେୟାର କରିଥିଲେ। କାଇଙ୍କ କହିବା ଅନୁସାରେ ଜାନୁଆରୀ ୧୦ରେ ସେ ଆମେରିକାକୁ ଉଡାଣ ଭରିଥିଲେ। କିନ୍ତୁ ପ୍ଲେନ୍‌ ଭିତରେ ନିଜକୁ ଏକୁଟିଆ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାପରେ ତାଙ୍କୁ କ୍ରୁ ମେମ୍ବରଙ୍କ ଠାରୁ ଜଣା ପଡିଲା ଯେ ଫ୍ଲାଇଟରେ ସେ ଏକମାତ୍ର ପ୍ୟାସେଞ୍ଜର। ପ୍ରଥମେ ତାଙ୍କୁ ଟିକେ ଅଜବ ଲାଗିଥିଲେ। ହେଲେ ପରେ ସେ ଆଡଜଷ୍ଟ କରିନେଇଥିଲେ।

ଏହି ଯାତ୍ରା ବିଷୟରେ ସେୟାର କରି କାଇ କହିଥିଲେ ଯେ, ଏହି ଯାତ୍ରାରେ ତାଙ୍କୁ ଖୁବ୍‌ ଖାସ୍‌ ସୁବିଧା ଯୋଗା ଯାଇଥିଲା। ତାଙ୍କୁ ଫ୍ଲାଇଟରେ ମନ ଇଚ୍ଛା ଖାଇବା ଯୋଗା ଯାଉଥିଲା। ଏହା ସହ ତାଙ୍କ ସିଟ୍ କୁ ବେଡ୍‌ରେ ବଦଳାଇରେ ଆରାମରେ ଶୋଇବାର ବି ସୁବିଧା ଦିଆଯାଇଥିଲା। ସେ କହିଥିଲେ ଏହା ତାଙ୍କର ସବୁଠୁ ଆରମଦାୟକ ଯାତ୍ରା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.