ଅଚିହ୍ନା ଶବକୁ ଦେଲେ ସମ୍ମାନ, ଗାଁ ଶ୍ମଶାନରେ କଲେ ଅନ୍ତିମ ସତ୍କାର

Published By : Prameya-News7 Bureau | January 19, 2022 IST

କଣ୍ଟାବାଞ୍ଜି ୧୯।୦୧: ଅଚିହ୍ନା ଶବକୁ ସମ୍ମାନ ଦେଲା କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବ । ଦୀର୍ଘ ୨୨ ଦିନର ଚିକିତ୍ସା ପରେ ଆଖିବୁଜିଲେ ଅଚିହ୍ନା ବୃଦ୍ଧା । ଏହାପରେ ସେହି ଅଜଣା ବୃଦ୍ଧଙ୍କ ଶବକୁ ସତ୍କାର କରିଛି କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବ । ଏଭଳି ପ୍ରୟାସକୁ କଣ୍ଟାବାଞ୍ଜି ସହରବାସୀ ପ୍ରସଂଶା କରୁଛନ୍ତି ।  

ଖବର ଅନୁଯାୟୀ, ଗତ ୨୬ ତାରିଖ ଦିନ କଣ୍ଟାବଞ୍ଜି ଷ୍ଟେସନ୍‌ରେ ନିକଟରେ ଜଣେ ଅଜଣା ବୃଦ୍ଧା ଅସହାୟ ଅବସ୍ଥାରେ ପଡିରହିଥିଲେ । କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବର ସଦସ୍ୟ ଏହି ଖବର ଜାଣି ବୃଦ୍ଧାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରତ୍ୟେକ ଦିନ ପ୍ରେସ୍‌ କ୍ଲବର ସଦସ୍ୟମାନେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରିବୁଝୁଥିଲେ । ଶେଷରେ ମଙ୍ଗଳବାର ଦିନ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ବୃଦ୍ଧାଙ୍କ ମୃତଦେହ ସତ୍କାର ପାଇଁ ସଂପର୍କୀୟଙ୍କୁ ଖୋଜାଯାଇଥିଲା । କିନ୍ତୁ କୌଣସି ସଂପର୍କୀୟଙ୍କ ପରିଚୟ ମିଳିନଥିଲା । ଶେଷରେ ଆଜି ସକାଳୁ ଡାକ୍ତରଖାନା ପରିସରରେ କୋକେଇ ସଜଡା ହୋଇଥିଲା । ପ୍ରେସ୍‌ କ୍ଲବର ସଦସ୍ୟମାନେ ଶବକୁ କାନ୍ଧେଇ ସହରର ମୁଖ୍ୟ ରାସ୍ତା ଦେଇ କଣ୍ଟାବାଞ୍ଜି ଶ୍ମଶାନ ଘାଟକୁ ନେଇଥିଲେ ।  ବୃଦ୍ଧାଙ୍କ ମୃତଦେହକୁ ସସମ୍ମାନ ସହ ଶବ ସତ୍କାର କରିଛି କଣ୍ଟାବାଞ୍ଜି ପ୍ରେସ କ୍ଲବ । ପ୍ରେସ କ୍ଲବର ଏଭଳି ପଦକ୍ଷେପକୁ ସହରର ଲୋକେ ପ୍ରଶଂସା କରିଛନ୍ତି । ଏହି ଅବସରରେ କଣ୍ଟାବାଞ୍ଜି ପୋଲିସ ଏସ୍‌ଡିପିଓ, ଜେଲର, ଥାନା ଅଧିକାରୀ, ମେଡିକାଲ ଅଫିସର ସହ ମାନଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.