ମାଛ ଧରିବାକୁ ଯାଇଥିବା ବେଳେ ବୁଡିଗଲା ଭୁଟୁଭୁଟି: ଦୁଇ ଉଦ୍ଧାର, ଜଣେ ନିଖୋଜ

Published By : Prameya-News7 Bureau | July 25, 2019 IST

ବାଲେଶ୍ବର ୨୫|୭: ମାଛ ଧରିବାକୁ ଯାଇଥିବା ବେଳେ ବୁଡିଗଲା ଭୁଟୁଭୁଟି । ଫଳରେ ୩ଜଣ ବୁଡି ଯାଇଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜଳକା ନଦୀକୁ ଗତକାଲି ୩ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଭୁଟୁଭୁଟି ବୁଡିଯାଇଥିଲା । କଷାଫଳ ମୁହାଣ ନିକଟରେ ବୁଡିଯାଇଥିଲା ଭୁଟୁଭୁଟି । ଫଳରେ ଜଣେ ନିଖୋଜ ହୋଇଥିବାବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ବ୍ୟକ୍ତି ହେଉଛନ୍ତି କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.