ବାଇକ୍ ଚାଳକଙ୍କ ଉପରେ ମାଡିଗଲା ହାଇଓ୍ବା, ଉତ୍ତ୍ୟକ୍ତଲୋକେ ଜାଳିଦେଲେ ଗାଡି
10/08/2019 at 12:51 PM

ବାଲିପାଟଣା ୧୦|୮: ବାଇକ୍ ଚାଳକଙ୍କ ଉପରେ ଚଢିଗଲା ବାଲି ବୋଝେଇ ହାଇୱା । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନିମାପଡ଼ା ଥାନା ଛତାହାର ଗ୍ରାମର ସୁକାନ୍ତ ନାୟକ । ସୁକାନ୍ତ ଏବଂ ତାଙ୍କ ପୁଅ ବାଇକ୍ ଯୋଗେ ଭୁବନେଶ୍ଵର ଯାଉଥିବା ବେଳେ ବାଳକାଟି ଭାର୍ଗବି ନଦୀ ବ୍ରିଜ୍ ଉପରେ ହାଇୱା ଧକ୍କା ଦେଇଥିଲା ।

ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉତ୍ୟକ୍ତ ଲୋକେ ହାଇୱାରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନ ଦେଖାଦେଇଛି । ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021