ଧଉଳି ଏକ୍ସପ୍ରେସର ବଗି ଲାଇନଚ୍ୟୁତ ; ଖଡଗପୁର ଡିଭିଜନ ଭୋଗପୁର-ପଂସକୁରା ନିକଟରେ ଲାଇନଚ୍ୟୁତ

Published By : Prameya-News7 Bureau | November 13, 2018 IST

ଖଡଗପୁର ୧୩|୧୧:  ଧଉଳି ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଖଡଗପୁର ଡିଭିଜନ ଭୋଗପୁର-ପଂସକୁରା ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଗୋଟିଏ ଚେୟାର କାର୍ କୋଚ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ହାୱଡାରୁ ପୁରୀ ଆସୁଥିବା ବେଳେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଟ୍ରେନ୍ ଲାଇନଚ୍ୟୁତ ନେଇ ପାସେଞ୍ଜରଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ହାଓ୍ବଡା ଷ୍ଟେସନ ନମ୍ବର ହେଉଛି୦୩୩୨୬୩୭୭୧୯୭ । ଖଡଗପୁର ଷ୍ଟେସନ ପାଇଁ ୦୩୩୨୨୨୨୫୫୮୯୭/୦୩୨୨୨୨୫୫୭୫୧ । ବାଲେଶ୍ବର ଷ୍ଟେସନ ପାଇଁ ୦୬୭୮୨୨୬୫୭୬୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.