Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

କରୋନା ଡର: ବଡ ଟେବୁଲରେ ଗୋଟିଏ ପାର୍ଶ୍ଵରେ ମୋଦୀ, ଅନ୍ୟ ପଟେ ଯୋଗୀ…ଚର୍ଚ୍ଚିତ ଫଟୋକୁ କଂଗ୍ରେସର ତାତ୍ସଲ୍ୟ, କହିଲା…

9/01/2021 at 7:27 PM

ନୂଆଦିଲ୍ଲୀ ୦୯।୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ନିକଟରେ ଅନୁଷ୍ଠିତ ବୈଠକ ବେଳର ଭାଇରାଲ ଫଟୋକୁ ନେଇ କଂଗ୍ରେସ ଆକ୍ଷେପ କରିଛି। ପାର୍ଟିର ଆନୁଷ୍ଠାନିକ ଟ୍ଵିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀଙ୍କ ଫଟୋକୁ ନେଇ ତାତ୍ସଲ୍ୟ କରାଯାଇଛି।  ପାର୍ଟି ଏକ ଟେମ୍ପଲେଟ୍ ପୋଷ୍ଟ କରି ଲେଖିଛି- ଜବ ତକ ଦବାଇ ନହିଁ ତବ ତକ ଢିଲାଇ ନହିଁ, ଯହାଁ ଚୁନାବ ହୈ, ଓ୍ଵହାଁ ଅପ୍ଲାଇ ନହିଁ।

କଂଗ୍ରେସ ଟେମ୍ପଲେଟ୍‌ରେ ସବୁଠୁ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଧ୍ୟରେ ନିକଟରେ ହୋଇଥିବା ସାକ୍ଷାତର ଚର୍ଚ୍ଚିତ ଫଟୋକୁ ରଖିଛି। ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେବୁଲ୍‌ର ଗୋଟିଏ ପାର୍ଶ୍ଵରେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଅନ୍ୟ ପାର୍ଶ୍ଵରେ ବସିଛନ୍ତି। ଟେମ୍ପଲେଟ୍‌ରେ ଏହି ଫଟୋ ଉପରେ ଲେଖାଯାଇଛି, ଯବ ତକ ଦବାଇ ନହିଁ, ତବ ତକ ଢିଲାଇ ନହିଁ।

ମୋଦୀ-ଯୋଗୀଙ୍କ ସେହି ଫଟୋ ନିମ୍ନରେ ଗତ ବର୍ଷ ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ପ୍ରଚାର ସମୟର ଦୁଇଟି ଫଟୋ ଲାଗିଛି। ଗୋଟିଏ ଫଟୋରେ ଯୋଗୀ ଆଦିତ୍ୟନାଥ କୌଣସି ନିର୍ବାଚନ ରାଲିକୁ ସମ୍ଵୋଧିତ କରୁଥିବା ଦେଖିବାକୁ ମିଳିଛି। ଦ୍ଵିତୀୟ ଫଟୋରେ ନିର୍ବାଚନୀ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପରସ୍ପର କଥା ହେଉଥିବା ଦେଖିବାକୁ ମିଳିଛି। ଏହି ଦୁଇ ଫଟୋ ଉପରେ ଲେଖା ହୋଇଛି,  ଯହାଁ ଚୁନାବ ହୈ, ଓ୍ଵହାଁ ଅପ୍ଲାଇ ନହିଁ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ନେତା ପରସ୍ପରକୁ ନୂତନ ବର୍ଷର ଶୁଭକାମନା ଜଣାଇଥିଲେ। ଏଥିସହ ୟୁପିର ବିକାଶ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ଏହି ସାକ୍ଷାତବେଳର ଫଟୋ ଇଣ୍ଟରନେଟ୍‌ରେ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଟେବୁଲରେ ଗୋଟିଏ ଗୋଟିଏ ପାର୍ଶ୍ଵରେ ବସିଥିବା ଦେଖିବାକୁ ମିଳିଛି। କରୋନାକୁ ଦୃଷ୍ଟିରେ ଦୁଇ ନେତା ଏତେ ଦୂରରେ ବସିଥିଲେ। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ଖୁବ୍ ମଜା ନେଉଛନ୍ତି।

   Related Posts