ବିଜେଡିରେ ସାମିଲ ହେଲେ ଓଲିଉଡ୍ ଅଭିନେତ୍ରୀ ଜିନା, ସକାଳେ ବିଜେପିରୁ ଦେଇଥିଲେ ଇସ୍ତଫା

Published By : Prameya-News7 Bureau | May 03, 2024 IST

ଭୁବନେଶ୍ୱର ୦୩/୦୫: ଶଙ୍କ ଫୁଙ୍କିଲେ ଅଭିନେତ୍ରୀ ଜିନା ସାମଲ । ରାଜ୍ୟସଭା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଜିନା । ତେବେ ଦଳରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୨୦୧୫ ରୁ ସେ ବିଜେଡି ପାଇଁ କ୍ୟାମ୍ପେନ କରୁଥିଲେ। 


କିଛି ଦିନ ପାଇଁ ବିଜେପିକୁ ଯାଇଥିଲେ। ହେଲେ ଏବେ ବିଜେଡିକୁ ଫେରି ଆସିଛନ୍ତି। ଏ ମିଶ୍ରଣ ପର୍ବରେ ଦଳ ସଭାପତି ଓ ସଂଗଠନ ସମ୍ପାଦକଙ୍କ ତରଫରୁ ସସ୍ମିତ ପାତ୍ର ତାଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି। ସେପଟେ ବିଜେଡିରେ ସଦସ୍ୟ ହୋଇ ଥିବାରୁ ନିଜେ ଗର୍ବିତ ବୋଲି କହିଛନ୍ତି ଜିନା । ମୁଖ୍ୟମନ୍ତ୍ରୀଙ୍କ ନୀତିଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ବିଜେଡିରେ ହିଁ ନାରୀଙ୍କୁ ସମ୍ନାନ ମିଳୁଛି ବୋଲି ମତ ରଖିଛନ୍ତି ଜିନା।


ବିଜେପିରେ ତାଙ୍କୁ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରି ଆଜି ଦଳ ଛାଡିଥିଲେ । ବିଜେପି ରାଜ୍ୟ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ଜିନା । ଇସ୍ତଫାର କିଛି ଘଣ୍ଟା ନପୁରୁଣୁ ବିଜେଡିରେ ସାମିଲ ହୋଇଛନ୍ତି ଜିନା । ସୂଚନା ଥାଉକି, ଆଜି ସକାଳେ ବିଜେପି ଛାଡିଥିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓରଫ ସ୍ୱାତୀ । 


ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଥିଲେ ଜିନା । ଦଳ ପାଇଁ ଝାଳ ବୁହାଇ କାର୍ଯ୍ୟ କରିଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିନଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଜିନା । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ଜିନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.