ବୁଢାବଳଙ୍ଗ ନଦୀ ପୋଲରୁ ଡେଇଁ ବୃଦ୍ଧା ନିଖୋଜ, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 20, 2021 IST

ବେତନଟୀ, ୨୦/୧୦: ବୁଢାବଳଙ୍ଗ ନଦୀ ପୋଲ ଉପରୁ ନଦୀକୁ ଡେଇଁ ବୃଦ୍ଧା ନିଖୋଜ।ଘଟଣାସ୍ଥଳରେ ବଡସାହି ପୋଲିସ ଓ ଅଗ୍ନିସମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଗତକାଲି ଠାରୁ ବୃଦ୍ଧା ଜଣଙ୍କ ନିଖୋଜ ହୋଇଥିବା ସ୍ଥଳେ, ଆଜି ବଡସାହି ଅଗ୍ନିଶମ ବିଭାଗ ଦ୍ବରା ମଟରବୋଟ ଯୋଗେ ଦିର୍ଘ ଘଣ୍ଟାଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ନିଖୋଜ ୬୫ ବର୍ଷୀୟ ବୃଦ୍ଧା ଜଣଙ୍କ ହେଲେ ତାରାମଣି ବିନ୍ଧାଣୀ।ଗତକାଲି ସେ ବୁଢାବଳଙ୍ଗ ନଦୀ ପୋଲ ଉପରୁ ଡେଇଁ ପଡ଼ିଥିଲେ । ନଦୀକୁ ଡେଇଁବାର କାରଣ ଜଣା ପଡିନାହିଁ।ପାରିବାରିକ ଅଶାନ୍ତିରୁ ଏଭଳି ଘଟଣା ହୋଇଥିବାର ସନ୍ଦେହ  କରାଯାଉଛି।ତାରାମଣିଙ୍କର ପୁଅ କହିଛନ୍ତି ଯେ, ଗତକାଲି ତାଙ୍କ ମାଆ ନଦୀକୁ ଗାଧୋଇବା ପାଇଁ ଆସି ବୁଡି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.