ଆରମ୍ଭ ହେଲା ଓଳାଶୁଣି ଗୁମ୍ଫା ମେଳା, କରୋନା କଟକଣା ଲାଗି ଖାଁ ଖାଁ ପଡିଛି ପରିବେଶ

Published By : Prameya-News7 Bureau | January 29, 2022 IST

ଚଣ୍ଡିଖୋଲ ୨୯।୦୧ : ଚଳିତ ବର୍ଷ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁ ଓଡିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା  ମେଳା ପ୍ରଭାବିତ ହୋଇଛି। ଯେଉଁଠି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେଠି ଏବେ ଖାଁ ଖାଁ ପରିବେଶ । କେବଳ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା ।

{"id":581100,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଚଳିତ ବର୍ଷ ମାଘ ମାସ କୃଷ୍ଣପକ୍ଷ ଏକାଦଶଠୁ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଓଳାଶୁଣୀ ପାହାଡ଼ ଶୀର୍ଷ ଦେଶରେ ରହିଛି ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧିପୀଠ । ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସରୁ ମହାପୁରୁଷଙ୍କ ସମାଧି ପୀଠରେ ୧୮୫ ବର୍ଷ ଧରି ଆରମ୍ଭ ହୋଇ ଆସୁଅଛି ଓଳାଶୁଣୀ ଗୁମ୍ଫା ଯାତ୍ରା । ଏହି ଯାତ୍ରା ୧୦ ଦିନ ଧରି ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଫିକା ପଡିଛି ମେଳା । ଯାନୀ ଯାତ୍ରା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥାଏ । ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ କେବଳ ରୀତିନୀତି ରେ ପୂଜାର୍ଚନା ଚାଲୁ ରହିଛି।

{"id":581101,"width":739,"height":420,"sizeSlug":"full","linkDestination":"none"}

ଓଳାଶୁଣୀ ଗୁମ୍ଫର ସ୍ୱତନ୍ତ୍ର ପରିଚୟ ରହିଛି ।ଆଜିର ଦିନରେ ମହାପୁରୁଷଙ୍କୁ ଦର୍ଶନ କଲେ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ । ପରମ୍ପରା ଅନୁଯାଇ ଅରକ୍ଷିତଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳ ଯାଇ ଗ୍ରାମ ଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ହେବା ପରେ ବେଢା ପରିକ୍ରମା କରାଯାଇଥାଏ । ମେଳା ବୁଲିବା ସହ ମହାପୁରୁଷଙ୍କ ଆର୍ଶୀବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ।

{"id":581102,"width":742,"height":442,"sizeSlug":"full","linkDestination":"none"}

ମହାପୁରୁଷଙ୍କ ପ୍ରିୟ ଖାଦ୍ୟ ପୋଡ଼ ପିଠା ହୋଇଥିବାରୁ ଏଠାରେ ମହାପୁରୁଷଙ୍କ ନିକଟରେ ପୋଡ଼ପିଠା ଭୋଗ ଲାଗି ହୋଇଥାଏ । ପ୍ରତିବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥାଏ, ହେଲେ କରୋନା କଟକଣା ଯୋଗୁ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି । ମେଳାଙ୍କୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.