ତେଲ ଖାଲି କରି ଫେରୁଥିବା ବେଳେ ଓଲଟିଲା ଡିଜେଲ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

Published By : Prameya-News7 Bureau | December 04, 2021 IST

ଟିଟିଲାଗଡ଼, ୦୪/୧୨: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବରଗଡ ବୋରିଗୁମ୍ମା ଜାତୀୟ ରାଜପଥ କଡ କେରମେଲି ଛକ ନିକଟର ଦିନ ୨ଟା ବେଳେ ଏକ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୃତ ଗତିରେ କୋରାପୁଟରୁ ଝାରସୁଗୁଡାକୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବିଲକୁ ଖସି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଲୋକେ ଡ୍ରାଇଭରକୁ ଉଦ୍ଧାର କରି ସ୍ଥାନୀୟ ସଇଁତଳା ଡାକ୍ତରଖାନାକୁ ଅମ୍ବୁଲେନ୍ସ ସାହାଯ୍ୟରେ ପଠେଇଥିଲେ ।

wp:html /wp:html

ସୂଚନା ଅନୁସାରେ, କୋରାପୁଟରୁ ଡିଜେଲ ଖାଲିକରି ଟ୍ରକଟି ଝାରସୁଗୁଡା ଅଭିମୁଖେ ଯାଉଥିଲା । ଭାରସାମ୍ୟ ହରାଇ ବିଲକୁ ଖସି ପଡ଼ିଥିଲା। ଗାଡି ନମ୍ବର (OD 15 N 9515) ଥିବା ବେଳେ , ଡ୍ରାଇଭର ଜଣକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ସଞ୍ଜୟ ସାହୁ । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ବାରମ୍ବାର ଏହି ଜାତୀୟ ରାଜପଥରେ ଦୁର୍ଘଟଣା ବଢୁ ଥିବାରୁ ସ୍ଥାନୀୟ ଲୋକେ ସବୁବେଳେ ଭୟଭିତ ଅବସ୍ଥାରେ ରହିଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.