ବଢିବନି ବିଜୁଳି ଦର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରଖିଲା ଓଇଆରସି

Published By : Prameya-News7 Bureau | June 12, 2019 IST

ଭୁବନେଶ୍ବର ୧୨|୬: ବଢ଼ିବନି ବିଜୁଳି ଦର । ୨୦୧୯ -୨୦ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଅପରିବର୍ତ୍ତିତ ରଖିଲା ବିଦ୍ୟୁତ୍ ନିୟାମକ ଆୟୋଗ (ଓ.ଇ.ଆର୍.ସି) । ଦର ବୃଦ୍ଧି ନେଇ ବିଦ୍ୟୁତ୍ ବିତରଣ କମ୍ପାନିଗୁଡ଼ିକ ପୂର୍ବରୁ ଦାବି କରିଥିଲେ । ଦର ନିର୍ଦ୍ଧାରଣ ବାବଦରେ ବସିଥିବା ବୈଠକରେ ଏନେଇ ସବିଶେଷ ଆଲୋଚନା ମଧ୍ୟ ହୋଇଥିଲା । ତେବେ ଏହି ବର୍ଷ ପାଇଁ ଦର ନ ବଢ଼ାଇବା ଲାଗି ଆୟୋଗ ନିଷ୍ପତ୍ତି ନେଇଛି । ଏଥିସହିତ ଡିଜିଟାଲ୍ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି ଦେବାକୁ ଘୋଷଣା କରାଯାଇଛି ।

ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଅନୁସାରେ, ସାଧାରଣ ଉପଭୋକ୍ତା ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କଲେ ୨ଟଙ୍କା ୫୦ ପଇସା ଦେବେ। ୫୦ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କଲେ ୪ ଟଙ୍କା ୩୦, ୨ଶହ ୟୁନିଟ୍ରୁ ଅଧିକ ୪ଶହ ୟୁନିଟ୍ରୁ କମ୍ ବ୍ୟବହାର କଲେ ୫ ଟଙ୍କା ୩୦ ଓ ୪ଶହ ୟୁନିଟ୍ରୁ ଅଧିକ ବ୍ୟବହାର କଲେ ୟୁନିଟ୍ ପିଛା ୫ଟଙ୍କା ୭୦ ପଇସା ଦେବାକୁ ପଡ଼ିବ।ହାରାହାରି ହିସାବରେ ପ୍ରତି ୧୦୦ ୟୁନିଟ୍ ପାଇଁ ୩ ଟଙ୍କା ୪୦ ପଇସା, ୨୦୦ ୟୁନିଟ୍ ପାଇଁ ୩ଟଙ୍କା ୮୫ ପଇସା, ୩୦୦ ୟୁନିଟ୍ ପାଇଁ ୪ଟଙ୍କା ୩୩ ପଇସା, ୪ଶହ ୟୁନିଟ୍ ପାଇଁ ୪ଟଙ୍କା ୫୮ ପଇସା, ୫୦୦ ୟୁନିଟ୍ ପାଇଁ ୪ଟଙ୍କା ୮୦ ପଇସା, ୬୦୦ ୟୁନିଟ୍ ପାଇଁ ୪ଟଙ୍କା ୯୫ ପଇସା ଓ ୭୦୦ ୟୁନିଟ୍ ପାଇଁ ୫ଟଙ୍କା ୦୬ ପଇସା ଦରରେ ଦେୟ ପୈଠ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.