ସାରୁଅ ଜମି ଦୁର୍ନୀତି ମାମଲା : କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ହାଜର ହେଲେ ଓଡିଶା ଇନ୍‌ଫ୍ରାଟେକ୍‌ର ନିର୍ଦ୍ଦେଶକ ନିହାର ଭୂୟାଁ

Published By : Prameya-News7 Bureau | November 17, 2020 IST

ଭୁବନେଶ୍ବର ୧୭।୧୧: ଖୋର୍ଦ୍ଧା ସାରୁଅ ସ୍ଥିତ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ହାଜର ହେଲେ ଓଡ଼ିଶା ଇନ୍‌ଫ୍ରାଟେକ୍ ର ନିର୍ଦ୍ଦେଶକ ନିହାର ଭୂୟାଁ । ନିହାରଙ୍କୁ ହାଜର ହେବା ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନୋଟିସ୍ ଜାରି କରିଥିଲା । ମଙ୍ଗଳବାର ସକାଳେ ନିହାର କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନିକଟରେ ହାଜର ହୋଇଥିବା ଜଣାପଡିଛି । ପୂର୍ବରୁ ଦୁଇ ଥର ନୋଟିସ୍ ହୋଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ ।

ଜମି କେଳେଙ୍କାରୀରେ ନିହାରଙ୍କ ସମ୍ପୃକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡିଥିଲା। ତଦନ୍ତକାରୀ ଟିମ୍ ନିହାରଙ୍କୁ ଜମି କେଳେଙ୍କାରୀ ଘଟଣା ଉପରେ ଜେରା କରିବ । ଏନେଇ ହାଜର ହେବା ପାଇଁ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ନିହାର ଏବେ ଓଟିଭିର ଚିଫ୍ ଅପରେଟିଂ ଅଫିସର ଅଛନ୍ତି । ପୂର୍ବରୁ ଓଡିଶା ଇନଫ୍ରାଟେକ୍ ର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.