ମନ୍ତ୍ରୀଙ୍କୁ ପୁଣି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ

Published By : Prameya-News7 Bureau | July 11, 2019 IST

ଭୁବନେଶ୍ବର୧୧|୭: ମନ୍ତ୍ରୀଙ୍କୁ ପୁଣି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । ଆଜି ମନ୍ତ୍ରୀ ପରିଷଦ ବୈଠକ ବେଳେ ମନ୍ତ୍ରୀମାନଙ୍କୁ ନବୀନ କହିଛନ୍ତି ରାଜ୍ୟସାରା ବୁଲ, ଲୋକଙ୍କ ସାଙ୍ଗରେ ରୁହ । ତାହେଲେ ବିଭାଗର କାମ କିଭଳି ଚାଲିଛି ତୃଣମୂଳ ସ୍ତରରୁ ଜାଣିପାରିବ । ଏହାସହିତ ବିଭାଗ ଅଧିନରେ ଆସୁଥିବା ବିଭିନ୍ନ ଅଫିସ ଓ ଅନୁଷ୍ଠାନକୁ ଅଚାନକ ପରିଦର୍ଶନରେ ଯାଅ । ଫାଇଭ୍ ଟି କଥା ମଧ୍ୟ ପୁଣିଥରେ ଦୋହରାଇଛନ୍ତି ନବୀନ । ….. 

ସରକାରୀ ଅଫିସର କର୍ମଚାରୀ ସାବଧାନ। ଏଣିକି ମନ୍ତ୍ରୀମାନେ ହଠାତ ଅଫିସରେ ବିଜେ ହେବେ। କାମ ତଦାରଖ କରିବେ। ଅଫିସରେ କିଭଳି କାମ ଚାଲିଛି ତାର ଜାଏଜା ନେବେ । ଖୋଦ୍ ମୁଖ୍ୟମନ୍ତ୍ରୀ ହିଁ ମନ୍ତ୍ରୀମାନଙ୍କୁ ଦେଇଛନ୍ତି ଏଭଳି ପରାମର୍ଶ । ଆଗରୁ ଫାଇଭ୍ ଟି—ଟିପ୍‌ସ ଦେଇଥିଲେ ନବୀନ । ଏବେ ସେଥିରେ ପୁଣି ଆଉ ୪ଟି କଥା ଯୋଡିଛନ୍ତି ଯେମିତିକି ମନ୍ତ୍ରୀମାନେ ବିଭିନ୍ନ ଅଫିସକୁ ଅଚାନକ ଗସ୍ତ କରିବେ। ସାରା ରାଜ୍ୟରେ ମନ୍ତ୍ରୀ ମାନେ ବହୁଳ ଭାବେ ବୁଲିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାହେଲେ ତୃଣମୂଳ ସ୍ତରରେ ବିଭାଗ କାମ କିଭଳି ଚାଲିଛି ତାହା ଜାଣିବା ସହଜ ହେବ।

ଆଜି ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀ ମାନଙ୍କୁ ଆଉ ଏକ ପରାମର୍ଶ ବି ଦେଇଛନ୍ତି ନବୀନ । କହିଛନ୍ତି ଜିଲ୍ଲା ଗସ୍ତ ବେଳେ ଲୋକଙ୍କ ସହ ଭେଟି ସରକାରୀ କାମର ଫିଡବ୍ୟାକ ନିଅନ୍ତୁ । ଏହାହେଳେ ସମସ୍ୟାର ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିହେବ । ଏହାସହିତ ବିଭାଗର ସମସ୍ତ କାମ କମ୍ପୁଟରୀକରଣ ମାଧ୍ୟମରେ କରିବାକୁ ମଧ୍ୟ ନବୀନ କହିଛନ୍ତି । ଏହାହେଲେ ବିଭାଗର ସମସ୍ତ କାମ ସ୍ବଛତା ଓ ଦକ୍ଷତାର ସହ ଚାଲିବ ।

ବାରମ୍ବାର ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ଟସଲ ଖବରରେ ଶୀର୍ଷରେ ରହେ। ଏବେ ମନ୍ତ୍ରୀମାନେ ଲୋକସଙ୍କ ସହ ଭେଟି ଲୋକଙ୍କ ସମସ୍ୟା ଆଣିବେ ଆଉ ସଚିବାଳୟରେ ବାହାରିବ ସମାଧାନର ସୂତ୍ର। ଦେଖାଯାଉ କେତେଜଣ ମନ୍ତ୍ରୀ ନିଜ ବିଭାଗକୁ ପକଡରେ ରଖିପାରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.