Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

୧୦ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍ ମୋହର, ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବୀକରଣ

26/09/2019 at 11:50 AM

ଭୁବନେଶ୍ବର ୨୬।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ର ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ମୋଟ୍ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଧାନ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟକୁ ମଞ୍ଜୁରୀ ମିଳିଛି । ଚଳିତ ବର୍ଷ ୬୦ଲକ୍ଷ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ୪୧ଲକ୍ଷ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ସବୁ ଚାଷୀଙ୍କ ଧାନ ସଂଗ୍ରହ ସରକାରଙ୍କ ଲକ୍ଷ୍ୟ ଧାର୍ଯ୍ୟ । ଧାନ ସଂଗ୍ରହରେ ପାକ୍ସ ସହ ଏସଏଚଜି ମଧ୍ୟ ସାମିଲ ହେବେ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପୂର୍ବରୁ ୭୨ ଘଣ୍ଟା ଭିତରେ ଚାଷୀଙ୍କୁ ଧାନ ଟଙ୍କା ମିଳୁଥିଲା ।

ସେହିଭଳି ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ବସ୍‌ଷ୍ଟାଣ୍ଡ ନବୀକରଣ ପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ ବର୍ଷ ମଧ୍ୟରେ ବସଷ୍ଟାଣ୍ଡ ନବୀକରଣ କାମ ଶେଷ ହେବ ।

ରାଜ୍ୟର ବିଭିନ୍ନ କୋର୍ଟର ୩୨ ଜଣ କୋର୍ଟ ମ୍ୟାନେଜରଙ୍କୁ ନିୟମିତ କରାଯିବ । ବସୁଧା ଯୋଜନାରେ ବାଲେଶ୍ବରରେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିରେ ୯୦ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ ୧୪୯କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପ ସରିବ ।

ଯାଜପୁର ଟମକାରୁ ମଙ୍ଗଳପୁର ରାସ୍ତା ଚାରିଲେନ ହେବ । ଏଥିପାଇଁ ଡିଏମଏଫ ଫଣ୍ଡରୁ ୧୧୭କୋଟି ଟଙ୍କା ଖର୍ଚ୍ଚ ହେବ । ଦୁଇବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସରିବ । ସେହିପରି ଖୋର୍ଦ୍ଧା ବାଙ୍କୁଆଳରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ୨.୪ ଏକର ଜମି ଦେବେ ରାଜ୍ୟ ସରକାର । ଏଠାରେ ଆଞ୍ଚଳିକ ଶିକ୍ଷା ଓ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା ହେବ ।

   Related Posts