“ସହଜ ନୁହେଁ ନିଜ ଲୋକଙ୍କ ଆଖିରେ ଲୁହ ଦେଇ ଅନ୍ୟର ଲୁହ ପୋଛିବା” ତଥାପି ଆମେ ଉପାୟଶୂନ୍ୟ....

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୫: ଆଜି ଅନ୍ତର୍ଜାତୀୟ ନର୍ସ ଦିବସ । ଯେତେବେଳେ ଲୋକେ କରୋନା ଭୟରେ ଘରୁ ବାହାରକୁ ଯିବାକୁ ଭୟ କରନ୍ତି । ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ନର୍ସ ଓ ଡାକ୍ତରମାନେ ୨ୟ ଭଗବାନ ସାଜି ଲୋକଙ୍କ ସେବା କରୁଛନ୍ତି । ଅହରହ ଦେବଦୂତ ସାଜି ଡାକ୍ତରଖାନାଗୁଡ଼ିକରେ ନର୍ସିଂ କର୍ମଚାରୀମାନେ ଛିଡା ହୋଇଛନ୍ତି । ଯେତେବେଳେ କାହାର ନିଶ୍ୱାସ ବନ୍ଦ ହୁଏ, କାହାର ଔଷଧ ଦରକାର ।

ଡାକ୍ତରମାନେ ସିନା ଚିକିତ୍ସା କରନ୍ତି, କିନ୍ତୁ ଜୀବନକୁ ବାଜି ଲଗାଇ ଏମାନେ ହସ୍ପିଟାଲରେ ଧାଁ ଦୌଡ କରନ୍ତି । ରୋଗୀ ଭେଣ୍ଟିଲିଟେରରେ ଥିବା ସମୟରେ କାହାକୁ ଅନୁମତି ନଥାଏ । ତଥାପି ଏମାନେ ନିଜର ନହୋଇ ବି ନିଜଠାରୁ ବଳି ରୋଗୀଙ୍କର କରିଥାନ୍ତି ଦେଖାଶୁଣା । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଖରାପ ସମୟରେ ସେମାନେ କେତେ ଥର ଭାଙ୍ଗିପଡନ୍ତି । ରୋଗୀଙ୍କ ସାମ୍ନାରେ ହସୁଥିବା ଏହି ଆଖିରେ କେତେଥର ଲୁହରେ ଭରିଯାଏ ।

wp:gallery {"ids":[451479],"linkTo":"none"} /wp:gallery

ଅନ୍ତର୍ଜାତୀୟ ନର୍ସ ଦିବସରେ, ଆମେ କୋଭିଡ ସମୟରେ ଡ୍ୟୁଟି କରୁଥିବା କିଛି ନର୍ସିଂ କର୍ମଚାରୀଙ୍କୁ ଆମର ସତ ସଲାମ । ଆଜିର ଦିନରେ ଲକ୍ଷ ଲକ୍ଷ ନର୍ସଙ୍କ ବିଷୟ ଏହା ଅଧିକ ସମ୍ଭବପର ନୁହେଁ । ଏହି ବିଶେଷ ଦିନରେ ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ । ନିଜ ପରିବାରକୁ ଛାଡି ଅନ୍ୟକୁ ଖୁସି କରିବାରେ ଏମାନଙ୍କର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.