Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୩ ମାସଧରି ମୃତ୍ୟୁର ଫାଶ ଭିତରେ ୬ ମାଙ୍କଡ – ବଞ୍ଚାଇବା ପାଇଁ ଚାଲିଛି ଉଦ୍ୟମ

13/11/2019 at 9:51 PM

ଝାରସୁଗୁଡା ୧୩।୧୧ – କାରଣ ମୃତ୍ୟୁର ଫାଶ ଯେମିତି ତାକୁ ଘେରି ରହିଛି । ଉପରେ ମୃତ୍ୟୁର ପଞ୍ଝା ମେଲାଇଛି ବିଦ୍ୟୁତ ତା’ର । ତଳେ ପାଣି । କେମିତି ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବେ, ତାକୁ ନେଇ ପ୍ରମାଦ ଗଣୁଛନ୍ତି ୬ ଟି ମାଙ୍କଡ । ଝାରସୁଗୁଡା ଜିଲ୍ଲା ଡୁମେରମୁଣ୍ଡାରେ ପାଣି ଓ ବିଦ୍ୟୁଦ ଟାଓ୍ବାର ମଝିରେ ୩ ମାସରୁ ଅଧିକ ହେଲା ଫସି ରହିଛନ୍ତି ଏହି ମାଙ୍କଡ ।

ଝାରସୁଗୁଡା ଜିଲ୍ଲାର ଡୁମେରମୁଣ୍ଡା ଗାଁକୁ ଲାଗି ବହିଯାଇଛି ଈବ ନଦୀ । ନଦୀ ଉପର ଦେଇ ଯାଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର । ଗାଁ ଲୋକଙ୍କ କହିବା କଥା ହେଲା ନଈରେ ପାଣି ନଥିବା ବେଳେ ୧୧ ଟି ମାଙ୍କଡ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ନିକଟରେ ବୁଲାବୁଲି କରୁଥିଲେ । ନଈରେ ପାଣି ବଢିବାରୁ ବିଦ୍ୟୁତ ଟାୱାର ଆଖପାଖ ପାଣିରେ ବୁଡି ଗଲା । ଫଳରେ ଏହି ମାଙ୍କଡମାନେ ସେଠାରୁ ଆଉ ମୁକୁଳି ପାରିନଥିଲେ । ଏହା ଭିତରେ ବିଦ୍ୟୁତ ଆଘାତ ଏବଂ ପାଣିରେ ବୁଡି ୫ ଟି ମାଙ୍କଡଙ୍କ ଜୀବନ ଚାଲି ଗଲାଣି । ବଞ୍ଚି ରହିଥିବା ୬ ଟି ମାଙ୍କଡ ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ସ୍ଥାନୀୟ ଲୋକ ଓ ମତ୍ସଜୀବୀ ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି । ଉଦ୍ଧାର କରିବାକୁ ଅନେକ ଚେଷ୍ଟା କରି ଫେଲ୍ ମାରିଥିବା କହିଛନ୍ତି ।

ତୁରନ୍ତ ବନ ବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ଫସି ରହିଥିବା ମାଙ୍କଡମାନଙ୍କୂ ଉଦ୍ଧାର ନକଲେ ସାଥୀ ମାଙ୍କଡଙ୍କ ଭଳି ଏମାନଙ୍କ ଜୀବନ ବି ଶେଷ ହୋଇଯିବ ।

   Related Posts