ICICI ଆରମ୍ଭ କରିବାକୁ ଯାଉଛି କାର୍ଡଲେସ ସପିଂ, ମୋବାଇଲ ଏବଂ ପାନ୍ କାର୍ଡ ମାଧ୍ୟମରେ ପାଇବେ ସହଜ EMI ସୁବିଧା

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : ଯଦି ଆପଣ ମାର୍କେଟରେ ଭଲ ଜିନିଷ ଦେଖୁଛନ୍ତି ଏବଂ କିଣିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାଖରେ କ୍ରେଡିକ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ICICI ବ୍ୟାଙ୍କ୍ ତାର ଗ୍ରାହକଙ୍କ ପାଇଁ ଗୋଟିଏ ଆକର୍ଷଣୀୟ ସୁବିଧା । ଯେଉଁଥିରେ କି ଆପଣ କେବଳ ମୋବାଇଲ ନମ୍ବର ଏବଂ ପାନ୍ କାର୍ଡ ସାହାଯ୍ୟରେ ହିଁ ସପିଂ କରିପାରିବେ । ଆଉ ଏକ ସୁବିଧା ହେଉଛି ଆପଣ ଯାହା କିଛି ଖର୍ଚ୍ଚ କରିବେ ତାହାକୁ EMI ଆକାରରେ ମଧ୍ୟ ପୈଠ କରିପାରିବେ ।

{"id":365354,"sizeSlug":"large"}

ଏହି ସୁବିଧାକୁ ବ୍ୟାଙ୍କ ‘ICICI ବ୍ୟାଙ୍କ୍ କାର୍ଡଲେସ୍ EMI’ ନାମରେ ନାମିତ କରିଛି । ବ୍ୟାଙ୍କ କହିଛି ଏହି ସୁବିଧା ଦ୍ବାରା ଗ୍ରାହକମାନେ ଅଧିକ ଫାଇଦା ଉଠାଇପାରିବେ । ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଡିଜିଟାଲ ମୋବାଇଲ ପେମେଣ୍ଟ ବିନା କେବଳ ମୋବାଇଲ ଫୋନ ଏବଂ ପାନ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ ।

{"id":365355,"sizeSlug":"large"}

କିଭଳି ଏହି ସୁବିଧା ହାସଲ କରିବେ ?

ଏହା ପୁରାପୁରି ଭାବେ ଡିଜିଟାଲ ଇଏମଆଇ ପ୍ଲାନ୍, ଯାହାକି ବ୍ୟାଙ୍କ୍ ପାଇନ୍ ଲାବସ୍ ସହିତ ବୁଝାମଣାରେ ଆରମ୍ଭ କରାଯାଇଛି । ଏହି ସୁବିଧାକୁ ହାସଲ କରିବା ପାଇଁ ବ୍ୟାଙ୍କ୍ ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଏବଂ ପାନ୍ କାର୍ଡ ନମ୍ବର କହିବେ । ଏହା ପରେ ଆପରଙ୍କ ମୋବାଇଲକୁ ଯେଉଁ ଓଟିପି ଆସିବ ତାହାକୁ ପିଓଏସ ମେସିନ ମାଧ୍ୟମରେ ସପିଂ କରିପାରିବେ ।

ICICI ବ୍ୟାଙ୍କର ମୁଖ୍ୟ ସୁଦୀପ୍ତ ରାୟ କହିଛନ୍ତି, ଏବେ ଅନେକ ଗ୍ରାହକ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡରେ ମିଳୁଥିବା EMI ମାଧ୍ୟମରେ ସପିଂ କରୁଛନ୍ତି । ଏହାକୁ ଆହୁରୀ ସୁବିଧାଜନକ କରିବା ପାଇଁ ଆମେ କାର୍ଡଲେସ EMI ସୁବିଧା ଆରମ୍ଭ କରିବାକୁ ଯାଉଛୁ । ଏଥିପାଇଁ ଗ୍ରାହକମାନଙ୍କୁ କେବଳ ମୋବାଇଲ ଫୋନ ଏବଂ ପାନ କାର୍ଡ ମାଧ୍ୟମରେ କାରବାର କରିପାରିବେ । ତେବେ ବଡ କଥା ହେଉଛି ଏହି ସୁବିଧା ହାସଲ କରିବା ପାଇଁ ଗ୍ରାହକମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହା ସୁବିଧା ଦ୍ବାରା ଆପଣ ୧୦ ଳକ୍ଷ ଟଙ୍କା ପର୍ଯ୍ୟନ୍ତ ସପିଂ କରିପାରିବେ ଏବଂ ଇଏମଆଇ ସୁବିଧା ୩ ମାସରୁ ୧୫ ମାସ ପର୍ଯ୍ୟନ୍ତ ରହିବ ।

{"id":365356,"sizeSlug":"large"}

ଏହି ସୁବିଧାକୁ ବ୍ୟାଙ୍କ ‘ICICI ବ୍ୟାଙ୍କ୍ କାର୍ଡଲେସ୍ EMI’ ନାମରେ ନାମିତ କରିଛି । ବ୍ୟାଙ୍କ କହିଛି ଏହି ସୁବିଧା ଦ୍ବାରା ଗ୍ରାହକମାନେ ଅଧିକ ଫାଇଦା ଉଠାଇପାରିବେ । ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଡିଜିଟାଲ ମୋବାଇଲ ପେମେଣ୍ଟ ବିନା କେବଳ ମୋବାଇଲ ଫୋନ ଏବଂ ପାନ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.