Co-WIN ଆପରେ ବଡ଼ ପରିବର୍ତ୍ତନ, ଏଣିକି ମୋବାଇଲର ଗୋଟିଏ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ହୋଇପାରିବ ପଞ୍ଜିକରଣ

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ ,୨୧।୧: ଦେଶରେ କରୋନାର ଲଢେଇ ଜାରି ରହିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। କରୋନା ବିରୁଦ୍ଧ ଲଢେଇରେ ଭ୍ୟାକ୍ସିକୁ ସବୁଠାରୁ ବଡ ଅସ୍ତ୍ର କୁହାଯାଉଛି। ଏହି ମଧ୍ୟରେ ଭାରତ ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କୋ-ୱିନ ଆପରେ କିଛିଟା ପରିବର୍ତ୍ତନ କରିଛନ୍ତି। କୋ-ୱିନ ଆପରେ ଏଣିକି ଗୋଟିଏ ମୋବାଇଲ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ପାରିବ। ଏହା ପୂର୍ବରୁ ଗୋଟିଏ ନମ୍ୱରରୁ ଚାରି ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ ହୋଇପାରୁଥିଲା ।

ସୂଚନାଯୋଗ୍ୟ, କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିବା ପାଇଁ ଗୋଟିଏ ମୋବାଇଲ ନମ୍ୱରର ଆବଶ୍ୟକତା ହୋଇଥାଏ। ଏହି ମୋବାଇଲ ନମ୍ୱରକୁ ଓଟିପି ଆସିଥାଏ। ଏହି ଓଟିପି ପରେ ୟୁଜର୍ସ ଲଗ ଇନ କରିପାରୁ ଥିଲେ। କିନ୍ତୁ ଯେଉଁ ଲୋକଙ୍କ ଘରେ ଗୋଟିଏ କିମ୍ୱା ଦୁଇଟି ଫୋନ ଅଛି ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ଅଧିକ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଲୋକଙ୍କ ଏହି ଆବଶ୍ୟକତାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

wp:html /wp:html

ଦେଶରେ ଗତ ୨୪ ଘଣ୍ଟାରେ କରୋନା ଟିକାର ୭୦ ଲକ୍ଷରୁ ଅଧିକ ଡୋଜ ଲୋକଙ୍କୁ ଦିଆଯାଇଛି। ଏହାସହ ମୋଟ ଟିକାକରଣ ୧୬୦.୪୩ କୋଟିରୁ ଅଧିକ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.